
-
ଗୃହ ବାରମ୍ବାର ମୁଲତବୀ
ଭୁବନେଶ୍ୱର, ନବ ଦାସ ହତ୍ୟାକାଣ୍ଡ ମାମଲା ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚା ଦ୍ୱାରା ବିଧାନସଭା ଘେରାଉ ବେଳେ ବିଜେପି ଯୁବ ମୋର୍ଚା କର୍ମୀ ମାନଙ୍କ ଉପରେ ଆକ୍ରମଣ ଓ ତାଙ୍କୁ ଗିରଫ କରାଯିବା ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଛି । ବିଜେପି ବିଧାୟକ ମାନେ ଏହି ପ୍ରସଙ୍ଗରେ ନାରାବାଜୀ କରିବାରୁ ଗୃହ ବାରମ୍ବାର ମୁଲତବୀ ହୋଇଛି । ଏହି କାରଣରୁ ଆଜି ପ୍ରଥମାର୍ଧ ବୈଠକରେ ପ୍ରଶ୍ନକାଳ ଓ ଅନ୍ୟ କାର୍ଯ୍ୟକ୍ରମ ହୋଇ ପାରି ନାହିଁ ।
ଆଜି ନିର୍ଧାରିତ ୧୦.୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ ଓ ସେ କୃଷି ମନ୍ତ୍ରୀଙ୍କୁ ଉତର ରଖିବାକୁ ଡାକିଥିଲେ । ହେଲେ ବିଜେପି ବିଧାୟକ ମାନେ ଗତକାଲିର ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ଜୋରରେ ନାରାବାଜୀ କରିଥିଲେ । ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିବାର ମଧ୍ୟ କୌଣସି ଲାଭ ମିଳି ନ ଥିଲା । ଏହା ପରେ ବାଚସ୍ପତି ଗୃହ କାର୍ଯ୍ୟକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
୧୧.୩୦ରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ମାତ୍ରେ ଗୃହକୁ ସୁଚାରୁ ରୂପେ ପରିଚାଳନା କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି କାରଣରୁ ଗୃହକୁ ମୁଲତବୀ ରଖା ଯାଇଥିଲା ।