
ଚାଇବାସା, ଓଡିଶାର ସୀମାନ୍ତ ଜିଲ୍ଲା ପଶ୍ଚିମ ସିଂହଭୂମିର ଚକ୍ରଧରପୁର ଠାରେ ଆଜି ସକାଳେ ନକ୍ସଲବାଦୀ ମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଡି ବ୍ଲାଷ୍ଟ ହେବା କାରଣରୁ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ଜଣା ପ଼ଡିଛି ।
ମିଳିଥିବା ସୂଚନା ଅନୁସାରେ ଗୋଇଲକେଲା ଥାନା ଅନ୍ତର୍ଗତ ଇଚାହାତୁ ଗାଁରେ ନକ୍ସଲବାଦୀ ମାନେ ପୂର୍ବରୁ ଆଇଡି ବୋମା ଖଂଜିଥିଲେ । ଆଜି ସକାଳେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବିଲକୁ ଯାଇଥିବା ବେଳେ ଏଥିରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ କୃଷ୍ଣ ପୂର୍ତି ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ନନ୍ଦୀ ପୂର୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।