ଭୁବନେଶ୍ୱର – ଭୁବନେଶ୍ୱରସ୍ଥିତ ୟୁନିଟ୍-୩ ଖାରବେଳ ନଗରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏକ ନିଆରା ଢଙ୍ଗରେ ବିଦ୍ୟାଦାତା, ବିଘ୍ନ ବିନାଶନ ଗଣପତିଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ଲାଷ୍ଟିକମୁକ୍ତ ସମାଜ ଓ ପରିବେଶ ସୁରକ୍ଷା ନିମନ୍ତେ ପୂଜା ମଣ୍ଡପର ଦୁଇ ପାଶ୍ୱର୍ରେ ବିଭିନ୍ନ ପ୍ରକାର ଗଛମାନ ସଜ୍ଜା ଯାଇଥିଲା । କମିଟିର ସଦସ୍ୟ ସୁରେନ୍ଦ୍ର ନନ୍ଦୀ, ସୁବାସ କୁମାର ତାରଣିଆଁ, ଅମୀୟ ବିଶ୍ୱାଳ, ଗୟା ବେହେରା, ନିମାଇଁ ଚରଣ ବାରିକ, ନେଭି ମହାନ୍ତିଙ୍କ ମିଳିତ ସହଯୋଗ ତଥା ସମାଜସେବୀ ପ୍ରକାଶ ରଥ ଓ ନିରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୀର୍ଘ ୧୨ ବର୍ଷ ହେବ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି । ସକାଳ ୧୦ ଘଟିକାରୁ ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ପୂଜା ମଣ୍ଡପକୁ ସାଜ୍ଜସଜ୍ଜା କରାଯାଇଥିଲା ଏବଂ ଅପରାହ୍ନ ୫ ଘଟିକାରେ ପୂଜା ଆରମ୍ଭ ହେବା ମାତ୍ରେ ହୋମ, ମନ୍ତ୍ରପାଠ ସହିତ ଘଣ୍ଟ ନାଦରେ ପୂଜା ମଣ୍ଡପ ଉତ୍ସବ ମୁଖରିତ ହୋଇ ଉଠିଥିଲା । ପୂଜା ଶେଷରେ କମିଟିର ସଦସ୍ୟଙ୍କ ସମେତ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ପୁଷ୍ପାଞ୍ଜଳି ଦେବା ସହିତ ପ୍ରସାଦ ବଂଟନ କରାଯାଇଥିଲା ଏବଂ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ସହିତ ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହାର ନକରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଆଗାମୀ ବର୍ଷକୁ ପୁଣି ଏକ ନିଆରା ଢଙ୍ଗରେ ବିଘ୍ନ ବିନାଶନଙ୍କ ପୂଜା ପାଳିତ ହେବ ବୋଲି କମିଟିର ସମସ୍ତ ସଦସ୍ୟମାନେ ନିଷ୍ପତି ନେଇଥିଲେ ।
3 thoughts on “ନିଆରା ଢଙ୍ଗରେ ଗଣେଶ ପୂଜା”
Leave a Reply Cancel reply
Related Stories
November 21, 2024
November 21, 2024
Vào sữa mang chứa hàm lượng IgG đặc biệt cao. http://sellhealthplus.com/story.php?title=s%E1%BB%AFa-tang-can-ensure-c%E1%BB%A7a-nu%E1%BB%9Bc-nao-la-mang-nh%E1%BB%AFng-lo%E1%BA%A1i-nao-la
sorry, we cant understand your comment. so please write in English, Hindi Or Odia languages. thanks Regards. Desk
I could not resist commenting. Very well written! I will right away take hold of your rss feed as I can not find your e-mail
subscription link or e-newsletter service. Do you have any?
Please let me understand in order that I may just subscribe.
Thanks. It is perfect time to make a few plans
for the future and it’s time to be happy. I have learn this submit and if I could I desire to recommend you few
attention-grabbing things or suggestions.
Maybe you could write subsequent articles regarding this article.
I desire to learn more things approximately it! http://linux.com