
ଗଂଜାମ,ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପଟ୍ଟାବାବୁଲି ଗ୍ରାମରେ ଶ୍ରୀ ଶ୍ରୀ ଭଗବତ ସ୍ଵାମୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୨୩ ତାରିଖ ଠାରୁ ଆରମ୍ଭ ହୋଇଯାଇଅଛି। ଏହି ପ୍ରତିଷ୍ଠା ଉତ୍ସବ ମାର୍ଚ ୧ ତାରିଖ ତାରିଖ ଯାଏଁ ଅନୁଷ୍ଠିତ ହେବ। ୧୭ ଦିନ ଧରି ହେଉଥିବା ଶ୍ରୀ ଭଗବତ ସ୍ଵାମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଥମ ଦିନରେ ଗ୍ରାମର ସମସ୍ତ ମହିଳାମାନେ କଳସ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ସମସ୍ତ ମହିଳା ଗ୍ରାମ ପରିଭ୍ରମଣ କରି ଶେଷରେ କଳସ ମନ୍ଦିର, ନାମ ସ୍ଥଳୀ ଓ ଯଜ୍ଞ ସ୍ଥଳୀରେ ସମସ୍ତ କଳସ ସ୍ଥାପନା କରିଥିଲେ। ପ୍ରଥମ ଦିନରେ ନାମ ଦୀକ୍ଷା ଗ୍ରହଣ ଓ ଜଳଯାତ୍ରା କାର୍ଯ୍ୟ ହୋଇଥିଲା। ଦ୍ଵିତୀୟ ଦିନରେ ବ୍ରାହ୍ମଣ ବରଣ, ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ, ଗୋ ଯଜ୍ଞ, ତୃତୀୟ ଦିନରେ ଶାଲା ପୂଜା, ରତ୍ନମୁଦ୍ରା, ନାମ ଯଜ୍ଞ, ଚତୁର୍ଥ ଦିନରେ ସୂର୍ଯ୍ୟ ପୂଜା, ଶାଲା ପୂଜା, ହୋମ ଆଦି କର୍ମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚମ ଦିବସରେ ସୂର୍ଯ୍ୟ ପୂଜା, ଶାଲା ପୂଜା, ହୋମ ଆଦିକର୍ମ ଅନୁଷ୍ଠିତ ହୋଇଛି। ଆଜି ଷଷ୍ଠ ଦିବସରେ ଦେବତାଧିବାସ, ସ୍ନାନ, ପ୍ରାଣ ପ୍ରତିଷ୍ଠା ଓ ସପ୍ତମ ଦିନରେ ଦେବତା ପ୍ରତିଷ୍ଠା, ଅନ୍ନ ଯଜ୍ଞ, ନାମ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଆସନ୍ତା କାଲି ଅନ୍ତିମ ଦିବସରେ ସମସ୍ତ ଭକ୍ତବୃନ୍ଦ ଉପସ୍ଥିତ ରହି ଶ୍ରୀ ଶ୍ରୀ ଭଗବତ ସ୍ଵାମୀଙ୍କ ଆଶ୍ରିବାଦ ପାଇବା ସହିତ ଅନ୍ନ ପ୍ରସାଦ ପାଇବା ପାଇଁ ପଟ୍ଟାବାବୁଲିର କମିଟି ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ଏହି ମନ୍ଦିର ସବୁ ଠାରୁ ବିଳର କାରଣ ଏହି ମନ୍ଦିର ସବୁ ସ୍ଥାନରେ ଦେଖିବାକୁ ମିଳେନାହିଁ। ଭାଗବତ ଟୁଙ୍ଗି କିଛି ସ୍ଥାନରେ ଆଜି ମଧ୍ୟ ବିଦ୍ୟାମାନ। ଏହି ଟୁଙ୍ଗିରେ ସନ୍ଧ୍ୟା ସମୟରେ ଭାଗବତ ପଠନ କରାଯାଇଥାଏ। ସମସ୍ତ ବୟସ୍କ ଲୋକ ଏହି ସ୍ଥାନରେ ଏକତ୍ରିତ ହୋଇ ଭାଗବତ ଗାନ କରନ୍ତି ଓ ଭଗବାନଙ୍କ ଉପରେ ବିଭିନ୍ନ କଥା ଶୁଣନ୍ତି। ଏହି ଉତ୍ସବରେ ଆଖପାଖର ବହୁ ଭକ୍ତ ଯୋଗ ଦେଇଥିଲେ। ଏହି ପରିପେକ୍ଷୀରେ ବିଭିନ୍ନ ଖେଳ ଓ ମୀନ ବଜ଼ାର ଦେଖିବାକୁ ମିଳିଛି। ଜନସାଧାରଣ ମଜା ଉଠେଇବା ସହ ଭଗବାନଙ୍କ କୃପା ମଧ୍ୟ ଲାଭ କରିଛନ୍ତି।