ଗଂଜାମ, ହିଞ୍ଜିଳିକାଟୁ ପୌର ପରିଷଦ ଗଞ୍ଜାମ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର । ଦିନକୁ ଦିନ ଏଠାରେ ଜନ ସଂଖ୍ୟା ଯେତିକି ବଢୁଛି ମଶାଙ୍କ ପାଦୁର୍ଭାଵ ମଧ୍ୟ ବଢ଼ିବାରେ ଲାଗିଛି । ପୌର ପରିଷଦର ଧୂଆଁ ଉଡୁଛି, ବାହାର ମଶା ଘର ଭିତରେ ଇଡୁଛି । ଏନେଇ ଜନସାଧାରଣ କଲବଲ, କିନ୍ତୁ ହିଞ୍ଜିଳି ପୌର ପରିଷଦ ମଶାକୁ କାବୁ କରିବାରେ ବିଫଳ । ଅଞ୍ଚଳର ଡମ୍ପିଙ୍ଗ ୟାର୍ଡ଼ ସହରର କେନ୍ଦ୍ର ସ୍ଥଳରେ ଥିବାରୁ ତାକୁ ଉଚ୍ଚ ମାନର କରି ଭେଣ୍ଡିଙ୍ଗ ଜୋନ କରାଗଲା । ବେପାରୀଙ୍କୁ କଲବଲ କରିବା ପାଇଁ ମନୁଷ୍ୟ କୃତ ସରକାରୀ କୃତ୍ରିମ ବନ୍ଧ ଟିଏ ଯୋଗାଇ ଦିଆ ଗଲା । ଯାହା ଫଳରେ ମଶା ବଂଶ ପ୍ରବଳ ପାଇଁ ସରକାରଙ୍କ ତରଫରୁ ଯୋଜନାଟିଏ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି । ସରକାରୀ ବନ୍ଧ ପାଖରେ ଥିବା ନବ ନିର୍ମିତ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ କୋଠା ଅସାମାଜିକ ତତ୍ଵ ଓ ମଶା ମାନଙ୍କ ସଭା ପାଇଁ ଉତ୍କୃଷ୍ଟ ମାନର ଜାଗା ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ସେହି ପାଖରେ ଆହାର କେନ୍ଦ୍ର ଏବଂ ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ବ୍ୟବସାୟିକ ଚାହା କେଫେ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି । ଅଞ୍ଚଳର ନାଳ ନର୍ଦ୍ଦମା ଉପଯୁକ୍ତ ଭାବେ ସଫା ହୋଇ ପାରୁ ନଥିବାରୁ ମଶାଙ୍କ ପାଦୁର୍ଭାଵ ଦିନକୁ ଦିନ ବଢ଼ାଉଛି ବୋଲି ହିଞ୍ଜିଳି ଜନ ସାଧାରଣ ଅଭିଯୋଗ କରିଛନ୍ତି । ଉନ୍ନୟନ ନାମରେ ଠିକାଦାରଙ୍କୁ ପ୍ରିୟାପ୍ରୀତି କରି ଅର୍ଥ ଅନୁପଯୋଗୀ କାର୍ଯ୍ୟରେ ବିନିଯୋଗ କରୁଥିଲେ ମଧ୍ୟ ପରିମଳ ବିଷୟକୁ ଭାଷଣ ବାଜିରେ ସୀମିତ ରଖି ଲୋକଙ୍କୁ ଭୁଆଁ ବୁଲାଇବା ସହ ସ୍ଵଚ୍ଛତାର ଡିନ୍ଡିମ ପିଟୁଥିବା ଅଭିଯୋଗ ହୋଇଛି । ଏଣୁ ହିଞ୍ଜିଳିରେ ମଶା ପ୍ରବଳ ଏବଂ ମଶାଙ୍କୁ କାବୁ କରିବାରେ ହିଞ୍ଜିଳି ପୌର ପରିଷଦ ଦୁର୍ବଳ ବୋଲି ସାଧାରଣରେ ଆଲୋଚନା ହେଉଛି।
Related Stories
November 1, 2024