ନୂଆଦିଲ୍ଲୀ, ସରକାର ଟେକ୍ନୋଲଜୀର ସହାୟତାରେ ଲୋକ ମାନଙ୍କର ବିଶ୍ୱାସଭାଜନ ହେଉଛନ୍ତି । ଏହା ଫଳରେ ଜନସାଧାରଣ ଆଜି ସରକାରଙ୍କୁ ଅବରୋଧ ନୁହେଁ ବରଂ ଉତପ୍ରେରକ ବୋଲି ମନେ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବଜେଟ ପରର ୱେବିନାରକୁ ସମ୍ବୋଧିତ କରି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଇଜ ଅଫ ଲିଭିଂ ୟୁଜିଂ ଟେକ୍ନୋଲଜୀ ବିଷୟକୁ ନେଇ ବଜେଟ ପରବର୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଭାରତ ନିଜର ନାଗରିକ ମାନଙ୍କୁ ଟେକ୍ନୋଲଜୀ ବ୍ୟବହାର କରି ଶକ୍ତିଶାଳୀ କରୁଛି। ସରକାର ପ୍ରତ୍ୟେକ ବଜେଟରେ ନାଗରିକ ମାନଙ୍କ ଜୀବନକୁ ସହଜ- ସୁଗମ କରିବା ଦିଗରେ ଟେକ୍ନଲଜୀର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଚଳିତ ବଜେଟରେ ମଧ୍ୟ ଟେକ୍ନୋଲଜୀ ସହିତ ମାନବୀୟ ସ୍ପର୍ଶକୁ ଅଗ୍ରାଧିକାର ଦିଆଯାଇଛି ।
ସେ କହିଛନ୍ତି ଯେ ପଛୁଆ ଓ ବଂଚିତ ମାନଙ୍କ ପ୍ରତି ସରକାରୀ ଯୋଜନାର ଲାଭ ପହଂଚାଇବା ହେଉଛି ସରକାରଙ୍କର ଉଦ୍ଦେଶ୍ୟ । ଏହାର ଫଳସ୍ୱରୂପ ଲୋକ ମାନଙ୍କ ମଧ୍ୟରେ ଏବେ ସରକାରଙ୍କ ପ୍ରତି ଆସ୍ଥା ବଢିଛି ଓ ସେମାନେ ସ୍ୱୀକାର କରୁଛନ୍ତି ଯେ ସରକାର ଏବେ ତାଙ୍କ ରାସ୍ତାର ଅବରୋଧକ ନୁହେଁ ବରଂ ଉତପ୍ରେରକ ।