ଭୁବନେଶ୍ୱର, ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ଭାଗନେବେ ୬୬୨ ବର୍ଗ ଅଧ୍ୟାପକ । ସର୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗନେବେ ଅଧ୍ୟାପକ । ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ଭାଗ ନେବାକୁ ସଂଘ ନିଷ୍ପତି ନେଇଛି । ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ଅଧ୍ୟାପକ ସଂଘର ନିଷ୍ପତି ସମ୍ପର୍କରେ ଏହାର ସଭାପତି ଗୋଲକ ନାୟକ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ବିଭିନ୍ନ ଦାବି ନେଇ ଅଧ୍ୟାପକ ସଂଘ ଆନ୍ଦୋଳନ ଚାଲୁ ରଖିଥିବା ବେଳେ ଗତକାଲି ମହାସମାବେଶ ଡାକରା ଦେଇଥିଲା । ଏପରିକି ଯୁକ୍ତ ପରୀକ୍ଷାରେ ସହଯୋଗ ନକରିବାକୁ ଚେତାବନୀ ଦେଇଥିଲା । ଅପରପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରୀକ୍ଷାରେ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରିଥିଲେ ।