ବାଲେଶ୍ଵର, ଚାନ୍ଦିପୁର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଗିରଫ ହୋଇଥିବା ବାବୁରାମ ଦେ (୫୧)ଙ୍କ ଆଜି ସୁରୁଛି ରିମାଣ୍ଡ ଅବଧି । ଏହି ୪ ଦିନିଆ ରିମାଣ୍ଡ ସମୟରେ ପୋଲିସ ବାବୁରାମଙ୍କ ନିକଟରୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିଥିବାର ସୂଚନା ମିଳିଛି । ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଅଭିଯୁକ୍ତଙ୍କ ମୋବାଇଲରୁ ଡାଟା ଟ୍ରାନ୍ସଫର ହୋଇଛି । ମାମଲାର ଲିଙ୍କ୍ ଆନ୍ଧ୍ର ସହିତ ରହିଥିବା ଜଣାପଡିଛି । ଆବଶ୍ୟକ ପଡିଲେ ଅଧିକ ପଚରା ଉଚରା ପାଇଁ ପୁଣି ଥରେ ବାବୁରାମଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ ପୋଲିସ । ଅନ୍ୟପକ୍ଷରେ ତଦନ୍ତରେ ସାମିଲ୍ ହୋଇଛନ୍ତି ହାଇଦ୍ରାବାଦର ଗୁଇନ୍ଦା ଓ ଆଇଏଏଫର ଟିମ୍।
ପ୍ରକାଶ ଥାଉକି, ପାକିସ୍ତାନ ରାଓଲପିଣ୍ଡିର ଜଣେ ଯୁବତୀ ବାବୁରାମଙ୍କୁ ହନି ଟ୍ରାପ୍ ରେ ଫସାଇ ଚାନ୍ଦିପୁର ଆଇଟିଆରର ଗୁପ୍ତ ତଥ୍ୟ ନେଇଥିବା ଅଭିଯୋଗ ରହିଛି । ଗିରଫ ବାବୁରାମ ହେଉଛନ୍ତି ଆଇଟିଆରର ବରିଷ୍ଠ ଟେକନିକାଲ ଅଧିକାରୀ । ତେବେ ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି, ସେନେଇ ତଦନ୍ତ କରୁଛି ପୋଲିସ ।