ନୂଆଦିଲ୍ଲୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପ୍ରଥମ ଥର ପାଇଁ ବଞ୍ଜାରା ସମୁଦାୟର ଆଧ୍ୟାତ୍ମିକ ତଥା ଧାର୍ମିକ ନେତା ସନ୍ଥ ସେବାଲାଲ ମହାରାଜଙ୍କ ୨୮୪ତମ ଜୟନ୍ତୀ ଆଜି ପାଳନ କରିବେ । ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ତାଙ୍କ ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀମତୀ ମିନାକ୍ଷି ଲେଖି ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମହାରାଷ୍ଟ୍ର ସରକାରଙ୍କ ଖାଦ୍ୟ ଓ ଔଷଧ ପ୍ରଶାସନ ମନ୍ତ୍ରୀ ସଞ୍ଜୟ ରାଠୌଡ଼ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ଏହା ବ୍ୟତୀତ ବରିଷ୍ଠ ଭାଜପା ନେତା ତଥା ଦିଲ୍ଲୀର ପୂର୍ବତନ ବିଧାୟକ ମନଜିନ୍ଦର ସିଂହ ସିରସା, କାଲାବୁରଗି (କର୍ଣ୍ଣାଟକ) ଲୋକସଭା ସଦସ୍ୟ ଡଃ. ଉମେଶ ଜାଧବ ଏବଂ ଅଖିଳ ଭାରତୀୟ ବଞ୍ଜାରା ସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଙ୍କର ପୱାର ପୂର୍ବାହ୍ନ ୧୧ଟାରେ ମଂଚରେ ଉପସ୍ଥିତ ରହିବେ ।