-
ନବଙ୍କ ହତ୍ୟା ଯୋଜନା ବଦ୍ଧ ହତ୍ୟାକାଣ୍ଡ, ମଝିରେ ମଝିରେ ଜାଂଚ ପ୍ରଗତି ସମ୍ପର୍କରେ ସୂଚନା ଦିଅନ୍ତୁ ଗୃହ ମନ୍ତ୍ରୀ – ତାରା ପ୍ରସାଦ
ଭୁବନେଶ୍ୱର, ବିଧାନସଭାରେ ଆଜି ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ପୁଣି ଥରେ ଉଠିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସରକାରଙ୍କ ଦ୍ୱାରା କରାଯାଉଥିବା ତଦନ୍ତରେ ଯାହା କୁହା ଯାଉଛି ତାହା ଲୋକ ମାନଙ୍କ ମନକୁ ଛୁଉଁ ନାହିଁ । ଗୃହ ମନ୍ତ୍ରୀ ମଝିରେ ଜାଂଚ ପ୍ରଗତି ସମ୍ପର୍କରେ ସୂଚନା ଦିଅନ୍ତୁ ବୋଲି ସେ କହିଛନ୍ତି ।
ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ନବ ଦାସଙ୍କ ହତ୍ୟା କୌଣସି ସାଧାରଣ ଘଟଣା ନୁହେଁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ।
ସେ କହିଛନ୍ତି ଯେ ଏହି ହତ୍ୟାକାଂଡର ଜାଂଚ ସିବିଆଇ ଦ୍ୱାରା କରାଇବାକୁ ବିଜେପି ଦାବୀ କରୁଥିବା ବେଳେ କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଛି ।
ସେ କହିଛନ୍ତି ଯେ ଗୃହରେ ଯାହା ସରକାର ଉତ୍ତର ରଖୁଛନ୍ତି ଯାହା କ୍ରାଇମବ୍ରାଞ୍ଚର ତଦନ୍ତ ହେଉଛି ତାହା ଲୋକଙ୍କୁ ଛୁଉଁନି । ଗୋପାଳ କେବଳ ପାଗଳ କି ନୁହେଁ ତାହା ତଦନ୍ତ ହେଉଛି କିନ୍ତୁ ସେ କାହିଁକି ମାରିଲା ତାହା ତଦନ୍ତ ହେଉନି । ଏ ନେଇ ଟାଇମ ଟୁ ଟାଇମ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ତଥ୍ୟ ଉପସ୍ଥାପନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।