ପୁରୀ, ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ଶେଷକୃତ୍ୟ ଆଜି ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହୋଇଛି । ତାଙ୍କର ଏକ ମାତ୍ର ପୁତ୍ର ଅଭିଳାଶ ମହାରଣା ମୁଖାଗ୍ନି ଦେଇଥିଲେ । ଏଥିସହ ପଂଚଭୂତରେ ବିଲିନ ହୋଇଛି ଗଜେନ୍ଦ୍ରଙ୍କ ପାର୍ଥୀବ ଶରୀର । ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳେକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ସ୍ଵର୍ଗଦ୍ଵାର ଠାରେ ଗଜେନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ପୁରୀ ସହରର ସାମ୍ବାଦିକଗଣ, ରାଜନେତା, ସମାଜସେବୀ ଓ ଗଜେନ୍ଦ୍ରଙ୍କୁ ଭଲ ପାଉଥିବା ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଅପରାହ୍ନ ୫ଟାରେ ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ଗଜେନ୍ଦ୍ର ମହାରଣାଙ୍କ ବିୟୋଗରେ ଏକ ସ୍ମୃତିସଭା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।