ଭୁବନେଶ୍ୱର – ଏକ ସୁସ୍ଥ ସମାଜ ଗଠନ ପାଇଁ ଗୋଟିଏ ପୋଷଣ ବିପ୍ଲବ ଲୋଡ଼ା । ଏଥିରେ ଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂଗଠନ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଆବଶ୍ୟକ । ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ ସେଂଟର(ପିକକ) ଦ୍ୱାରା ଆୟୋଜିତ ପୋଷଣ ଆତ୍ମନିର୍ଭର ଶୀଳତା ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଟିଡିଏଚ(ଜି), ବିଏମଜେଡ଼, ଦିଶା, କଜ ଓ ବୈତରଣୀ ଇନିସିଏଟିଭର ସହଯୋଗରେ ଆୟୋଜିତ ହୋଇଥିଲା ଓ ଏହି ଆଲୋଚନାଚକ୍ରରେ ଓଡ଼ିଶାର ୨୦ ଟି ଜିଲ୍ଲାର ପ୍ରାୟ ୧୦୦ ଜଣ ପ୍ରତିନିଧି ଭାଗନେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ କୃଷକ, ମହିଳା ଗ୍ରୁପର ସଦସ୍ୟା, ସାମାଜିକ ସଂସ୍ଥାର ସଦସ୍ୟ, ସରକାରୀ କର୍ମ·ରୀ, ବୈଜ୍ଞାନିକ, ଶିକ୍ଷାବିତ ଓ ଗଣମାଧ୍ୟମର ପ୍ରତିନିଧି ।
ଏହି ଆଲୋଚନାଚକ୍ରରେ ଯୋଗଦେଇ ଏହା କହିଛନ୍ତି ରାଜ୍ୟ ଖାଦ୍ୟ କମିଶନର ସଦସ୍ୟା ଡା. ସିପ୍ରା ମଲ୍ଲିକ କହିଛନ୍ତି ଯେ ୧୨୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଇନ୍ଦ୍ରଧନୁର ରଙ୍ଗ ଭଳି ଭିନ୍ନ ଭିନ୍ନ ଖାଦ୍ୟ ଓ କୃଷି ବ୍ୟବସ୍ଥା ରହିଛି । ତଥାପି ଦେଶର ଅଧା ଜନସଂଖ୍ୟା କୁପୋଷଣର ଶିକାର । ମାତ୍ର ୯ ପ୍ରତିଶତ ପିଲାଙ୍କୁ ପୂର୍ଣ୍ଣ ପୁଷ୍ଟି ମିଳିପାରୁଛି । ସେ କହିଥିଲେ ସାମଗ୍ରିକ ବିକାଶ ହିଁ ଦେଶର ବିକାଶ । ଯାହାକୁ ଦୃଷ୍ଟିରେ ରଖି କୌଣସି ଲୋକ ଯେପରି ଭୋକିଲା ରହିବ ନାହିଁ ତାହା ଉପରେ ରାଜ୍ୟ ସରକାର ଗୁରୁ ଦେଉଛନ୍ତି । ୧୦ ବିଭାଗ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିଲାବେଳେ ଖାଦ୍ୟ କମିଶନର ଏହାର ତଦାରଖ କରୁଛନ୍ତି । ପ୍ରାରମ୍ଭରେ ପିକକର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି ଏହି ଆଲୋଚନାଚକ୍ରର ଉଦେ୍ଧଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପାରମ୍ପରିକ ବିହନ ଦ୍ୱାରା କିପରି ଅଧିକ ଫସଲ ହେବ ଓ ଶିଶୁ ଓ ମହିଳା ପୋଷଣଯୁକ୍ତ ଖାଦ୍ୟ ପାଇବେ ଏହା କେନ୍ଦୁଝର ଜିଲ୍ଲାର ୬ଟି ଓ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ଗାଁରେ କାର୍ଯ୍ୟକାରୀ ହେଉଛି । ଏହି କର୍ମଶାଳାରେ କେନ୍ଦୁଝରରୁ ଆସିଥିବା ଚାଷୀମାନେ ୫୬ ପ୍ରକାରର ଧାନ ସହିତ ସେମାନଙ୍କ ଅଂଚଳରେ ଚାଷ ହେଉଥିବା ମଣ୍ଡିଆ, କାଙ୍ଗୁ ଆଦି ବିଭିନ୍ନ ପ୍ରକାରର ବିହନ ପ୍ରଦର୍ଶନ କରିଥିଲେ । ପିକକ୍ର ନିଦେ୍ର୍ଧଶିକା ଡା. ମିନାକ୍ଷୀ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ସରକାରଙ୍କର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ(ଆଇଏଏସ) ଯୋଗଦେଇ କହିଥିଲେ ଯେ ପାରମ୍ପରିକ ଖାଦ୍ୟର ଚାହିଦା କମିବା ଯୋଗୁ ନୂତନ ପୀଢ଼ି ଜଙ୍କଫୁଡ଼ର ମାୟାରେ ପଡ଼ି ମଧୁମେହ ଓ ଉଚ୍ଚ ରକ୍ତଚାପ ଆଦି ରୋଗର ଶୀକାର ଅତି ଅଳ୍ପ ବୟସରୁ ହେଉଛନ୍ତି । ସେ ପାରମ୍ପରିକ ଚାଷର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ମିଲ୍ଲେଟ ମିଶନର ନିଦେ୍ର୍ଧଶକ ପ୍ରଫେସର ଡା. ଶ୍ରୀ ଜି. ମିଶ୍ର କହିଥିଲେ ଯେ ଚାଷୀ, ଖାଉଟି ଓ ପରିବେଶକୁ ରକ୍ଷାକରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଏବେ ମିଲେଟ ମିଶନକୁ ଅନୁସରଣ କରୁଛନ୍ତି । ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ପିକକର ପୋଷଣ ଆତ୍ମ ନିର୍ଭରଶୀଳତା ନିମନ୍ତେ କରୁଥିବା ପ୍ରୟାସ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ପାରମ୍ପାରିକ ଖାଦ୍ୟର ଗୁରୁ ଓ ମାଣ୍ଡିଆ ଭଳି ପୁଷ୍ଟିକର ଓ ପାରମ୍ପରିକ ଖାଦ୍ୟ ଅଧିକରୁ ଅଧିକ ଚାଷ କରାହେବା ଏବଂ ବିନା ଅପପୁଷ୍ଟିରେ ଶୈଶବ ଆମର ସ୍ୱପ୍ନ ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ ।
ଅନ୍ୟଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ପରମର୍ଶଦାତ୍ରୀ ମଧୁମିତା ଦାସ, ଓଉଏଟିର ଖାଦ୍ୟ ଓ ପୋଷଣ ବିଭାଗର ଅଧ୍ୟାପିକା ପ୍ରଫେସର ଡା. ସ୍ନେହଲତା ନନ୍ଦ, ପନିପରିବା ବିଷାରଦ ଡା. ସୁନିଲ କୁମାର ଦାସ, ରମାଦେବୀ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡା. ସସ୍ମିତା ବେହେରା ଓ ବୈତରଣୀ ଇନିସିଏଟିଭର ରାଜ୍ୟ ସଂଯୋଜକ ଦୀପକ କୁମାର ମିଶ୍ର ପ୍ରମୁଖ ବିଶେଷଜ୍ଞମାନେ ସ୍ଥାନୀୟ ପରିବେଶର ଖାଦ୍ୟ ଓ ଏହାର ପୁଷ୍ଟିକର ଉପାଦେୟ, ପ୍ରତିଦିନ ଆମେ ଖାଉଥିବା ଖାଦ୍ୟରେ ପୋଷଣ ଓ ସନ୍ତୁଳିତ ଆହାରର ଉପଦେୟତା ଓ ସରକାରୀ ଯୋଗାଣ ବ୍ୟବସ୍ଥା, ପୋଷଣ ଜନିତ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ କୁପୋଷଣ ଦୂର କରିବା ନିମନ୍ତେ ପ୍ରତିନିଧିମାନେ ତାଙ୍କର ମତାମତ ପ୍ରକାଶ କରିଥିଲେ । ପିକକର ହରିହର ବଳବନ୍ତରାଏ, ପ୍ରଶାନ୍ତ କୁମାର ମଲ୍ଲିକ, ମୋନାଲିସା ପାତ୍ର, ସସ୍ମିତା ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।