
ନୂଆପଡ଼ା,ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡା ଗ୍ରାମପଞ୍ଚାୟତ ର ରୋଜେନପଦର ଗ୍ରାମ। ଏହି ଗ୍ରାମର ରେ ଚାଷୀଙ୍କ ନିଜସ୍ଵ ନିୟୋଜନ ରେ ଖନନ ହେଉଅଛି ବହୁମୁଖୀ ପୋଖରୀ। ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାରିଶ୍ରମିକ ବିଳମ୍ବରେ ପ୍ରଦାନ ପାଇଁ ଯୋଜନା ବାଟବଣା ହେଉଥିବା ବେଲେ ନିରାକାର ମାଝୀ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ନିଜ ଜମିରେ ବହୁମୁଖୀ ପୋଖରୀ ଖନନ କରି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ନିଜର ୧୧ ପରିବାର କୁଟୁମ୍ବ ମଧ୍ୟରୁ ୭ ପରିବାର ଜମିରେ ପୋଖରୀ ଖନନ ରେ ନିୟୋଜିତ ହୋଇଥାନ୍ତି। ଜମିରେ ବହୁ ମୁଖୀ ପୋଖରୀ ଖନନ ପାଇଁ ୨ ଲକ୍ଷ ୮୭ ହଜାର ଟଙ୍କା ମଞ୍ଜୁର ହୋଇଅଛି। ଏହି ଆର୍ଥ ରେ ପରିବାର ନିୟୋଜିତ ହୋଇ ଜମିରେ ପୋଖରୀ ଖନନ କରି ଏହି ପୋଖରୀ ଜଳରେ ଜମିକୁ ଜଳ ସେଚିତ କରିବାର ଲକ୍ଷ ବାନ୍ଧିଛନ୍ତି। ନିଜ ଜମିରେ ନିଜସ୍ଵ ପରିଶ୍ରମ ରେ ଖୋଳୁଛନ୍ତି ପୋଖରୀ। ଏହି ପୋଖରୀ ଖନନ ରେ କୌଣସି ପ୍ରକାର ର ଅତ୍ୟାଧୁନିକ ଯନ୍ତ୍ରପାତି ର ବ୍ୟବହାର ହେଉ ନାହିଁ। ନିଜ ଉଦ୍ୟମରେ ନିର୍ମିତ ହଲ ନଙ୍ଗଲ ଏବଂ ପରିବାର ସଦସ୍ୟ ମାନେ ମିଳିତ ରୂପେ ଖନନ କରୁଛନ୍ତି।୧ ମାସ ୧୫ ଦିନ ଖନନ କରି ୬ ଫୁଟ ରୁ ଉର୍ଦ୍ଧ୍ୱ ଖନନ କରିଛନ୍ତି। କଠିଣ ମାଟି ଖନନ କରି କେଡ ବାନ୍ଧି ମାଟିକୁ ହୀଡ଼ ନିର୍ମାଣ କରିଛନ୍ତି।