କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଶନିବାର ଅପରାହ୍ନରେ ଚନ୍ଦ୍ରଶେଖର ଏକାଡେମୀ ପରିସରରେ ଓଡିଶା-ଜାପାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଏକାଡେମୀର ଛାତ୍ରଛାତ୍ରୀମାନେ ଓଡିଶାର ଐତିହ୍ୟ କଳା ସଂସ୍କୃତିକୁ ଅତ୍ୟନ୍ତ ନିପୁଣ ଭାବେ ପ୍ରଦର୍ଶନ କରିଥିଲେ । ସେହିଭଳି ଜାପାନରୁ ଆସିଥିବା ୪୦ ଜଣ କଳାକାର ଜାପାନର ଐତିହ୍ୟ କଳା ସଂସ୍କୃତିକୁ ଚିତ୍ତାକର୍ଷକ ଭାବେ ପରିବେଷଣ କରିଥିଲେ। ଏଥିରେ ବିଶେଷ ଆକର୍ଷଣ ଥିଲା ଜାପାନର ତବଲାବାଦକ ନାଚୋସ ମିୟାହାରା ଏବଂ ଓଡିଶାର ଆନ୍ତର୍ଜାତିକ ତାବଲାବାଦକ ଲିଙ୍ଗରାଜ ଦାସଙ୍କର ମିଳିତ ତାବଲାର ଯୁଗଳବନ୍ଦୀ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ତତ୍ ସହିତ ଜାପାନି କଳାକାର ନିଚି,ଟିନି,ଟୋ ମୋଙ୍କର କଳା ଚିତ୍ତାକର୍ଷକ ଥିଲା । ଏହି ମହୋତ୍ସବ ଦ୍ବାରା ଦୁଇ ଦେଶର କଳା, ସଂସ୍କୃତି,ଐତିହ୍ୟ ଏବଂ ପର୍ଯ୍ୟଟନର ପ୍ରଚାର ପ୍ରସାର ହେବା ସହ ସମ୍ପର୍କ ସୁଦୃଢ ଓ ଭାଇଚାରାର ପରମ୍ପରା ସୃଷ୍ଟି ହୋଇପାରୁଛି ବୋଲି ଭାରତ-ଜାପାନ ମୈତ୍ରୀ କେନ୍ଦ୍ର ତଥା ଚନ୍ଦ୍ରଶେଖର ଏକାଡେମୀର ସଭାପତି ଶ୍ରୀମନ୍ତ କୁମାର ଦାଶ ମତବ୍ୟକ୍ତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ସଞ୍ଜୀବ କୁମାର ନାୟକ,ପ୍ରିନ୍ସିପାଲ ରଞ୍ଜିତା ପାଣିଗ୍ରାହୀ, ଶିକ୍ଷୟିତ୍ରୀ ଶକୁନ୍ତଳା ରଥ,ସୁଚିତ୍ରା ନାୟକ ଓ ଶୁଭଶ୍ରୀ ପଟ୍ଟନାୟକ ପରିଚାଳନା କରିଥିଲେ।
Related Stories
November 24, 2024
November 24, 2024