କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ କେନ୍ଦ୍ର ହସ୍ତଶିଳ୍ପ ଆୟୁକ୍ତ ଓ ଭାରତ ସରକାର ଙ୍କ ବସ୍ତ୍ର ମନ୍ତ୍ରଣାଳୟ ର ମିଳିତ ସହଯୋଗରେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଦଶ ଦିନ ଧରି ଆରମ୍ଭ ହୋଇଥିବା ଗାନ୍ଧିଶିଳ୍ପ ବଜାର ଦଶଦିନ ବ୍ୟାପି ଆୟୋଜିତ ଏହି ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଓଡିଶା ସମେତ ବାଇଶି ଟି ରାଜ୍ୟର ହସ୍ତକଳା ଓ ହସ୍ତଶିଳ୍ପ ଷ୍ଟଲ ଆରମ୍ଭ ହୋଇଛି | ଯାହା ଆସନ୍ତା ମାର୍ଚ୍ଚ ୧ ତାରିଖରେ ଉଦଯାପିତ ହେବ। ସନ୍ଧ୍ୟାରେ ପୁରୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାର୍ତ୍ତିକ କୁମାର ଓ ଦଳଙ୍କ ଦ୍ଵରା ଲଘୂ ସଙ୍ଗୀତ ପରିବେଷଣ କରାଯାଇଅଛି । ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ କୁମାର ଙ୍କୁ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି। ପ୍ରତିଦିନ ଏହି ମେଳା ଦିନ ୧୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ ଓ ପ୍ରତି ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି ସମ୍ପାଦକ ରାଜେଶ କୁମାର ମହାନ୍ତି ଜଣାଇଛନ୍ତି।