ନୂଆପଡ଼ା,ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ସର୍ବ ଓଡିଶା ଅଣ ସରକାରୀ କଲେଜ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ଶିକ୍ଷା କମିଟି ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଯୋଗଦାନ କରି ଶିକ୍ଷକ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମସ୍ୟା ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଆହ୍ବାନ କରିଥିଲେ। ଦୀର୍ଘ ଦିନରୁ ଶିକ୍ଷା ପ୍ରଦାନ କରି ଆସୁଥିବା ବେଳେ ସରକାରଙ୍କ ପକ୍ଷରୁ ଅଧ୍ୟାପକ ଅଧ୍ୟାପିକାଙ୍କ ସମୟ ମଧ୍ୟ ଗୁରୁତ୍ଵ ଦେବ ବୋଲି ଭୁପେନ୍ଦ୍ର ସିଂ ପ୍ରକାଶ କରିଛନ୍ତି।
ବୈଠକରେ ସଙ୍ଘ ସଭାପତି ହରେନ୍ଦ୍ର ପଣ୍ଡା, ଖଡ଼ିଆଳ କଲେଜ ଅଧକ୍ଷ ଡ଼ଃ.ତରୁଣ ପ୍ରଧାନ, ସଂଘ ଉପସଭାପତି ଡ଼ଃ.ଏସ.ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପି.କେ. ତ୍ରିପାଠୀ, ଯୁଗ୍ମ- ସମ୍ପାଦକ ଡ଼ଃ.ଏ.ସୁପକାର ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲାର ପାଞ୍ଚ ଗୋଟି ବ୍ଲକର ସମସ୍ତ କଲେଜ ଅଧ୍ୟାପକ ଅଧ୍ୟାପିକା ମାନେ ଏଥିରେ ଯୋଗ ଦେଇଥିଲେ।