
ଭଦ୍ରକ – ଭଦ୍ରକ ଓକିଲ ସଂଘର ପୂର୍ବତନ ସଦସ୍ୟ ତଥା ଭବାନୀପାଟଣାର ସ୍ବତନ୍ର ଭିଜିଲାନ୍ସ ଜଜ୍ ବିଧାନ ଚନ୍ଦ୍ର ଚାନ୍ଦ (ଚନ୍ଦନ)ଙ୍କର ଆଜି ହୃଦ୍ଘାତରେ ମୃତୁ୍ୟ ଘଟିଛି। ମୃତୁ୍ୟବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ୧୯୬୨ ଅକ୍ଝୋବର ୧୪ ତାରିଖରେ ଜନ୍ମିତ ଶ୍ରୀ ଚାନ୍ଦ ଭଦ୍ରକର ୰ ନବୀନ ଚାନ୍ଦଙ୍କ ସୁପୁତ୍ର ତଥା ଅଧିବକ୍ତା କଲ୍ୟାଣ ଚାନ୍ଦଙ୍କର ସାନଭାଇ ଅଟନ୍ତି। ଏବଂ ଭଦ୍ରକର ବରିଷ୍ଠ ଅଧିବକ୍ତା ୰ ରାଖାଲ ଚନ୍ଦ୍ର ଦାସଙ୍କ ପୁତ୍ର ପ୍ରଫେସର ବିକାଶ ଦାସଙ୍କ ଶଳା ଅଟନ୍ତି। ବିଚାର ବିଭାଗରେ ବହୁ ପଦପଦବୀରେ ଅବସ୍ଥାପିତ ହୋଇ ସେ ଜିଲା ଜଜ୍ ପହ୍ୟାକୁ ପଦୋନ୍ନତି ପାଇ ଭବାନୀପାଟଣାରେ କାର୍ଯ୍ୟରତ ଥିଲେ। ଭୁବନେଶ୍ବରରେ ଆଜି ତାଙ୍କର ଏହି ଅକାଳ ମୃତୁ୍ୟର ଖବର ମିଳିବା ପରେ ଭଦ୍ରକରେ ଶୋକର ଛାୟା ଖେଳିଯାଇଛି।