ବଲାଙ୍ଗୀର, ବଲାଙ୍ଗିର ସଂସ୍କୃତ ପରିଷଦର ମାସିକୀ ଅଧିବେଶନ ଗତକାଲି ସନ୍ଧ୍ୟାରେ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ସଭାପତି ମଙ୍ଗଳାଚରଣ ପାଠ ପରେ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ସତ୍ୟବନ୍ତ ବେଦବାକ ଭଗବତ ଗୀତାର ଦ୍ଵାଦଶ ସ୍କନ୍ଧର ତ୍ରୟୋଦଶ ଅଧ୍ୟାୟ ସ୍ଥିତ ୧୨ ଶ୍ଲୋକରୁ ୨୦ ଶ୍ଲୋକ ପର୍ଯ୍ୟ ଆବୃତ୍ତି କରି ଭଗବାନଙ୍କ ପ୍ରିୟ କିଏ ଏହି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ତଥା ଆଇନଜିବୀ ଜୟରାମ ମିଶ୍ର ଶାନ୍ତିପାଠ କରିଥିଲେ । ଆସନ୍ତା ଅଧିବେଶନର ମୁଖ୍ୟବକ୍ତା ଭାବେ କରୁଣାକର ପାଣିଗ୍ରାହୀଙ୍କୁ ଦେବୀକୃପା ସମ୍ବନ୍ଧରେ ବକ୍ତବ୍ୟ ରଖିବା ଲାଗି ପ୍ରସ୍ତାବ ରଖାଯାଇଛି । ପଣ୍ଡିତ ଟିକେଶ୍ଵର ଗୁରୁ ପରିଷଦର ବିକାଶ ନିମନ୍ତେ ଉତ୍ସାହ ପ୍ରଦାନ କରିଥିଲେ ।
ଅଧିବେଶନରେ ଆହ୍ଲାଦ କୁମାର ପୂଜାରୀ, ରାଧାକାନ୍ତ ମିଶ୍ର, କିଶୋର ମୋହନ ମିଶ୍ର, ନିଳମଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସହ ସଂପାଦକ ରାଜ କିଶୋର ପଣ୍ଡା ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।