ଗଞ୍ଜାମ, ମୁଖ୍ଯମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ବ୍କକ ପିତଳ ଅଂଚଳରେ ପାନୀୟଜଳର ଘୋର ସଂକଟ ଦେଖା ଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଂଗକୁ ପାଇପ ଜଳଯୋଗାଣ ମାସକୁ ପାଂଚରୁ ଛଅ ଦିନ ବନ୍ଦ ରହିବା ଫଳରେ ଜନସାଧାରଣ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପିତଳ ବଜାର ହରିଜନ ଧୋବା ସାହିରେ ଏକ ପ୍ରକାଣ୍ଡ ପଥର କୂପ ଥିଲା। ଏହି କୂପଟି ଶତାଧିକ ପରିବାରର ଜଳ କଷ୍ଟ ଦୂର କରୁଥିଲା। ତେବେ ସ୍ଥାନୀୟ ଜନସାଧାରଣ ଜିଲାପ୍ରଶାସନ, ଶେରଗଡ ତହସିଲଦାର ଓ ବିଡିଓଙ୍କ ବାରଣ ସତ୍ବେ ପୂର୍ବତନ ସରପଂଚ କୃଷ୍ଣଚନ୍ଦ୍ର ମଳିକ ଜନସାଧାରଣଙ୍କ ପ୍ରତି ପ୍ରତାରଣା କରି ଏହି କୂପଟିକୁ ପୋତିଦେବା ପରେ ଜନସାଧାରଣଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ତୁରନ୍ତ ପିତଳ ପଂଚାୟତ ସରପଂଚ ରାମରାଘବ ପାତ୍ର, ସମିତିସଭ୍ଯ ଜନାର୍ଦ୍ଦନ ପାତ୍ର, ଶେରଗଡ ଚେୟାରମେନ କୃଷ୍ଣଚନ୍ଦ୍ର ନାୟକ ଓ ବିଡିଓ ଏହି ଘଟଣାର ଅନୁଧ୍ଧାନ କରି ପିତଳ ବଜାର ଧୋବାସାହି ଚିତ୍ତବିନୋଦନ କେନ୍ଦ୍ର ସମ୍ମୁଖରେ ଏକ ନଳକୂପ ଖନନ କଲେ ଏ ଅଂଚଳର ଜନସାଧାରଣଙ୍କ ପାନୀୟଜଳ ସମସ୍ଯା ଦୂର ହୋଇପାରିବ ବୋଲି ଜନମତ ପ୍ରକାଶ ପାଇଛି।