ଖୋର୍ଦ୍ଧା, ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବାବା ହଟ୍ଟକେଶ୍ଵର ମହାଦେବଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ବାଘମାରୀ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମନ୍ଦିର ମଧ୍ୟରୁ ବାବା ହଟ୍ଟକେଶ୍ଵର ଦେବଙ୍କ ପ୍ରାୟ ୭୦ ହଜାର ଟଙ୍କା ମୂଲ୍ୟର ରୁପାର ନାଗ, ବଡ ପିତଳ ନାଗ, ଦୁଇଟି ହୁଣ୍ଡିବାକ୍ସ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୁପାର କିରିଟି ଓ ମା ପାର୍ବତୀଙ୍କ ରୁପାର ଖଡୁ ଚୋରି ହୋଇଯାଇଥିବାର ଖବର ଗତକାଲି ଦାୟିତ୍ଵରେ ଥିବା ସେବାୟତ କାଙ୍ଗାଳି ମହାପାତ୍ର ଜଣାଇବା ପରେ ସେବାୟତ ବୋର୍ଡର ଟ୍ରଷ୍ଟୀ ଗୋପିନାଥ ମହାପାତ୍ର ଏ ସଂକ୍ରାନ୍ତରେ ବାଘମାରୀ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଭୁ ହଟ୍ଟକେଶ୍ଵର ମନ୍ଦିରରୁ ଚୋରି ଘଟଣା ଶୁଣିବା ପରେ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।