କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ସହରସ୍ଥ ୨୧ ନମ୍ବର ୱାର୍ଡ ତଥା କଜଳା ଗ୍ରାମର କିଛି ଅଧିବାସୀଙ୍କ ଘରଡିହର ଜମି ପଟ୍ଟା ପାଇବା ପାଇଁ ଜିଲ୍ଲା ପ୍ରଶାସନ ବିଳମ୍ବ କରୁଥିବାରୁ ପୁନର୍ବାର ଏହି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ କଜଳା ଗ୍ରାମର ସରକାରୀ ଜମିରେ ଦୀର୍ଘବର୍ଷ ଧରି ରହି ଆସୁଥିବା ଏହି ଲୋକମାନେ ସରକାରଙ୍କ ଭୂମିହୀନକୁ ପଟ୍ଟା ଯୋଗାଇବା ଯୋଜନାରେ ଘରଡିହ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ଏହି ଗ୍ରାମର ଲୋକମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ ଏଥିରୁ ବଂଚିତ ଅଛନ୍ତି । ଶୁକ୍ରବାରଦିନ ଏହି ଗ୍ରାମର ରୋସ୍ନା ଟୁଡୁ, ରବି ବେଶ୍ରା, ଅମିତ୍ ବେଶ୍ରା, ଆପ୍ ଟୁଡୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।
Related Stories
October 25, 2024