ଭୁବନେଶ୍ବରସ୍ଥିତ ଚିତ୍ରକୁଟ ଆଶ୍ରମର ପ୍ରତିଷ୍ଠାତା ସ୍ଵାମୀ ହରିଚରଣ ଦାସ ମହାରାଜଙ୍କ ଦ୍ଵାରା ସଂସ୍ଥାପିତ ‘‘ ସାକେତ୍ ସତସଙ୍ଗ ସାଂସ୍କୃତିକ ସଂସଦ’ ‘ବରପୁଟ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତବର୍ଷ ତିନି ଚତ୍ବାରିଂଶ ନବାହ୍ନ ପରାୟଣ ଓ ଜ୍ଞାନଯଜ୍ଞ ସମ୍ବତ୍ସର ଫାଲଗୁନ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଗୁରୁବାର ୨୩ ଫେବୃଆରୀ ୨୦୨୩ ରୁ ଆରମ୍ଭ ହୋଇଅଛି |କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ପଞ୍ଚାୟତର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣସ୍ଥିତ ମାରୁତି ମଣ୍ଡପରେ ଅନୁଷ୍ଠିତ ଏହି ପରାୟଣ ୯ ଦିନ ଚଳିବ ଏବଂ ୦୪ ମାର୍ଚ୍ଚ ଶନିବାର ଦିନ ବିଶ୍ୱର କଲ୍ୟାଣ ପାଇଁ ପୂର୍ଣ୍ଣାହୁତି ପୂର୍ବକ ସମ୍ପୂର୍ଣ୍ଣ ହେବ |ଗୁରୁବାର ଅପରାହ୍ନ ୩ ଘଟିକାରେ ସଂକୀର୍ତ୍ତନ ସହ ମହିଳା ଓ ପୁରୁଷ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ଖଟଣା ପୁଷ୍କରିଣୀରୁ ଜଳକୁମ୍ଭ ଉତ୍ତୋଳନ କରି ବରପୁଟ ଗ୍ରାମ ମଧ୍ୟଦେଇ ପାରାୟଣ ମାରୁତି ମଣ୍ଡପକୁ ଯାତ୍ରା କରିଥିଲେ ।ପରେ ପରେ ସନ୍ଧ୍ୟା ୭ ଘଣ୍ଟିକା ସମୟରେ କଳସ ସ୍ଥାପନ, ଅଙ୍କୁରାରୋପଣ, ମଙ୍ଗଳ ଆଳତୀ ଓ ଶ୍ରୀ ହନୁମାନ ଚାଳିଶା ପାଠ ହୋଇଥିଲା ।ପରାୟଣ ପ୍ରଥମ ବିଶ୍ରାମରେ ସତସଙ୍ଗ ମହାତ୍ମ୍ୟ ଏବଂ ଶିବ ବିବାହ ବ୍ୟାଖ୍ୟା କରିଥିଲେ ପୁରୀ ସାତଶଂଖର ପ୍ରବକ୍ତା ପଣ୍ଡିତ ବସନ୍ତ କୁମାର ପଣ୍ଡା |
ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପରାୟଣ କାର୍ଯ୍ୟକ୍ରମରେ ପଣ୍ଡିତ ରାମ ନିରଞ୍ଜନ ଦାସଜୀ ମହାରାଜ ପ୍ରଦୀପ ପ୍ରଜ୍ବଳନ ପୂର୍ବ ଆରମ୍ଭ ହୋଇଥିଲା |
ସାକେତ୍ ସଙ୍ଗ ସାଂସ୍କୃତିକ ସଂସଦ, ବରପୁଟର ସଂପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |