ପୁରୀର ଅଳଙ୍କାର ପ୍ରେମୀମାନେ ଏବେ ନିଜ ସହରରେ ଏକ ନୂଆ ସପିଂ ଡେଷ୍ଟିନେସନ ପାଇପାରିବେ, କାରଣ ଓଡ଼ିଶାର ସର୍ବବୃହତ ଓ ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ ଖୂମଜୀ ଜୁଏଲର୍ସ ଫେବ୍ରୁଆରି ୨୪ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ପୁରୀରେ ନିଜର ପ୍ରଥମ ଏବଂ ଓଡ଼ିଶାରେ ନିଜର ୭ମ ଷ୍ଟୋର ଖୋଲିଛି । ଏହି ଷ୍ଟୋରରେ ସୁନ୍ଦର ଓ ମନଲୋଭା ଅଳଙ୍କାରର ଏକ ଉତ୍କୃଷ୍ଟ କଲେକ୍ସନ ରହିଛି, ଯାହା ବିଭିନ୍ନ ପ୍ରକାରର ଅଳଙ୍କାର-ରୁଚି ଏବଂ ପସନ୍ଦକୁ ଦେଖି ଡିଜାଇନ୍ କରାଯାଇଛି । ୫ହଜାର ବର୍ଗଫୁଟ ପରିମିତ ଏହି ଶୋରୁମ୍ ପୁରୀ ଜିଲ୍ଲାର ସବୁଠାରୁ ବଡ଼ ଗହଣା ଶୋରୁମ୍ । ଏକ ଏକ୍ସକ୍ଲୁସିଭ ଜୁଏଲାରୀ ଷ୍ଟୋରକୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ ଖୁମଜୀ ଜୁଏଲର୍ସର ଅଧ୍ୟକ୍ଷ ଦିନେଶ ଖୁମଜୀ, ପରିଚାଳନା ନିର୍ଦ୍ଦେଶକ କିଶୋର ଖୂମଜୀ, ନିର୍ଦ୍ଦେଶକ ମିତେଶ ଖୂମଜୀ ଓ ସୁମିତ ଖୂମଜୀ ଉପସ୍ଥିତ ଥିଲେ ।
ଏହି ନୂଆ ଶୋରୁମ ଖୋଲିବା ପାଇଁ ଖୁମଜୀ ଜୁଏଲର୍ସକୁ ଅଭିନନ୍ଦନ ଜଣାଇ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି “ ଜଗନ୍ନାଥ ଧାମରେ ଖୂମଜୀ ଜୁଏଲର୍ସ ନିଜର ୭ମ ଷ୍ଟୋର ଖୋଲିଥିବାରୁ ମୁଁ ଆନନ୍ଦିତ । ଏହି ନୂଆ ଗହଣା ଶୋରୁମ ପୁରୀବାସୀଙ୍କ ପାଇଁ ଏକ ବିଶ୍ବସ୍ତରୀୟ ସପିଂ ଅନୁଭୂତି ପ୍ରଦାନ କରିବ ଏବଂ ମୋର ବିଶ୍ବାସ ଯେ ସେମାନେ ଏହାର ବିସ୍ତୃତ କଲେକ୍ସନ ଦେଖି ଆନନ୍ଦିତ ହେବେ ।
କେବଳ ସେତିକି ନୁହେଁ, ଏହି ଅବସରରେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନା ଅଳଙ୍କାରର ମରାମତି ଓ ପୁନରୁଦ୍ଧାର କ୍ଷେତ୍ରରେ ଖୁମଜୀ ଜୁଏଲର୍ସର ଥିବା ସଂପର୍କକୁ ସ୍ବୀକାର କରୁଛି । ଏହା ପ୍ରକୃତରେ ଆନନ୍ଦର କଥା ଯେ ଏହି ବ୍ରାଣ୍ଡ ଏବେ ଏହି ପବିତ୍ର ସହରରେ ନିଜର ପରିଚୟ ସୃଷ୍ଟି କରିଛି ଏବଂ ମୁଁ ନିଶ୍ଚିତ ଯେ ଏହା ପବିତ୍ର ସହରର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହେବ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଁ ଖୂମଜୀ ଜୁଏଲର୍ସକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ନୂଆ ଶୋରୁମର ସଫଳତା ଓ ସମୃଦ୍ଧି କାମନା କରୁଛି। ଏହି ଅବସରରେ ଖୂମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖୁମଜୀ କହିଛନ୍ତି ଯେ, “ମହାପ୍ରଭୁ ଜଗନ୍ନାଥ ପ୍ରତ୍ୟେକ ଓଡ଼ିଆଙ୍କ
ହୃଦୟର ଅତି ନିକଟତର ଓ ପୁରୀରେ ଆମର ପ୍ରଥମ ଶୋରୁମ ଖୋଲି ଆମେ ଆନନ୍ଦିତ । ସମଗ୍ର ପୁରୀବାସୀଙ୍କ ସେବା କରି ଆମେ ଅତ୍ୟନ୍ତ ଆନନ୍ଦିତ, କାରଣ ଆମେ ପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାରର ମରାମତି କାମରେ ପୂର୍ବରୁ ଜଡ଼ିତ ରହିଆସିଛୁ । ଏହି ଦିବ୍ୟ କାର୍ଯ୍ୟରେ ଜଡ଼ିତ ରହିବା ଆମପାଇଁ ସୌଭାଗ୍ୟର ବିଷୟ ଓ ଆଗକୁ ମଧ୍ୟ ଏ ଦିଗରେ ଆମର ପ୍ରୟାସ ଜାରି ରଖୁବୁ । ପୁରୀ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଓ ତାଙ୍କ ଦର୍ଶନ ପାଇଁ ସାରା ବିଶ୍ବର ଲୋକେ ପୁରୀକୁ ଆସନ୍ତି । ପୁରୀରେ ଖୋଲାଯାଇଥିବା ନୂଆ ଷ୍ଟୋର ମାଧ୍ୟମରେ ପୁରୀବାସୀ ଓ ଅତିଥିମାନଙ୍କୁ ଆମେ ସବୁ ପ୍ରକାରର ଅବସର ପାଇଁ ଉଦ୍ଦିଷ୍ଟ ହଜାର ହଜାର ପ୍ରକାରର ଅଳଙ୍କାର କଲେକ୍ସନର ଅନୁଭୂତି ପ୍ରଦାନ କରିବୁ ।
ଏହାର ନୂଆ ସୋ’ରୁମ୍ ଖୋଲିବା ଅବସରରେ ଖୂମଜୀ ପକ୍ଷରୁ ସ୍ବତନ୍ତ୍ର ଉଦଘାଟନୀ ଅଫର ଘୋଷଣା କରାଯାଇଛି । ୩୦,୦୦୦/- ଟଙ୍କାର ସୁନା ଅଳଙ୍କାର କିଣୁଥିବା ଗ୍ରାହକଙ୍କୁ ଗୋଟିଏ ମାଗଣା ସୁନା ମୁଦ୍ରା ଏବଂ ୩୦,୦୦୦/- ଟଙ୍କାର ହୀରା ଗହଣା କିଣୁଥିବା ଗ୍ରାହକଙ୍କୁ ଦୁଇଟି ମାଗଣା ସୁନା ମୁଦ୍ରା ଉପହାର ମିଳିବ। ଏହାବ୍ୟତୀତ ଏଥିରେ ଗ୍ରାହକଙ୍କୁ ପୁରୁଣା ସୁନାଗହଣା ବଦଳର ସୁଯୋଗ ଦିଆଯାଉଛି । ପୁରୀର ଭିଆଇପି ରୋଡସ୍ଥିତ ପୁଲିସ ଲାଇନ ସମ୍ମୁଖରେ ଅବସ୍ଥିତ ଖୂମଜୀର ନୂଆ ଶୋରୁମ ପୁରୀ ସହରବାସୀ ଓ ଆଖପାଖର ଲୋକମାନେ ଏକ ବିଶ୍ବସ୍ତରୀୟ ଅନୁଭୂତି ପ୍ରଦାନ କରିବ । ଏଠାରେ ଗ୍ରାହକମାନେ ସୁନା, ହୀରା ଓ ରୂପା ଆଦି ମୂଲ୍ୟବାନ ଧାତୁର ଗହଣା ପାଇପାରିବେ ଓ ପ୍ରଥମ ଥର ପାଇଁ ବିଳାସପୂର୍ଣ୍ଣ ପ୍ଲାଟିନମ୍ ଅଳଙ୍କାର ମଧ୍ୟ ଚୟନ କରିବେ । ସୋ’ରୁମ୍ ରେ ଥିବା ସମସ୍ତ ଗହଣା ୧୦୦% ବିଆଇଏସ୍ ହଲମାର୍କ ଏବଂ ଆଇଜିଆଇ ଓ ଜିଆଇଏ ସାର୍ଟିଫିକେଟ୍ ପ୍ରାପ୍ତ।
Related Stories
November 23, 2024