ନୂଆଦିଲ୍ଲୀ, ଜର୍ମାନୀର ଚାନସିଲର ଓଲାଫ ଶୋଲ୍ଜ ଶନିବାର ଏଠାରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଓଲାଫ ଶୋଲ୍ଜ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଂଚିଛନ୍ତି ।
ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ଟ୍ଵିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଚାନସିଲର ଓଲାଫ ଶୋଲ୍ଜଙ୍କ ସହିତ କଥା ହୋଇଛନ୍ତି । ସେ କହିଛନ୍ତି ଯେ, ଦୁଇ ନେତା ୨୦୨୨ ମଇ ମାସରେ ଆୟୋଜିତ ଷଷ୍ଠ ଆଇଜିସି ର ପ୍ରମୁଖ ଫଳାଫଳର ପ୍ରଗତିର ସମୀକ୍ଷା କରିବେ । ପ୍ରତିରକ୍ଷା ଏବଂ ଆର୍ଥିକ ସହଯୋଗକୁ ମଜବୁତ କରିବା, ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗକୁ ବ୍ୟାପକ କରିବାର ଉପାୟ ଉପରେ ଚର୍ଚ୍ଚା କରିବେ ।
ଅରିନ୍ଦମ ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ, ଚତୁର୍ଥ ଥର ପାଇଁ ଦୁଇ ନେତା ଭାରତ – ଜର୍ମାନୀ ସହଭାଗିତାରେ ବିକାଶ ପାଇଁ ନିଜ ନିଜ ମଧ୍ୟରେ ପ୍ରତିବଦ୍ଧତାକୁ ରକ୍ଷା କରି ପ୍ରତି ଏକ ବର୍ଷ ଅନ୍ତରାଳରେ ଏହି ସାକ୍ଷାତ କରୁଛନ୍ତି ।