
-
ଧ୍ବଜାରୋହଣ କରି ଅଧିବେଶନର ଶୁଭାରମ୍ଭ କଲେ ମଲ୍ଲିକାର୍ଜ୍ଜୁନ ଖଡଗେ
ରାୟପୁର/ନୂଆଦିଲ୍ଲୀ, କଂଗ୍ରେସର ୮୫ତମ ମହାଅଧିବେଶନର ଦ୍ଵିତୀୟ ଦିନରେ ରାୟପୁରରେ ଶନିବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଧ୍ବଜାରୋହଣ କରି ଆଜିର ଅଧିବେଶନର ଶୁଭାରମ୍ଭ କରିଛନ୍ତି ।
ଧ୍ବଜାରୋହଣ ସମୟରେ କଂଗ୍ରେସର ବରିଷ୍ଠ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଦଳର ଅନ୍ୟ ନେତା ଓ କାର୍ଯ୍ୟକର୍ତା ସେଠାରେ ଉପସ୍ଥିତ ଥିଲେ ।