
ଭଦ୍ରକ – ଗୃହରକ୍ଷୀ ବିଭାଗ ବିନା ପୁଲିସ୍ ବିଭାଗ ଅସଂପୂର୍ଣ୍ଣ। ପ୍ରତିକୂଳ ପରିସ୍ଥିତିରେ ଗୃହରକ୍ଷୀ ନିଃସ୍ବାର୍ଥପର ଭାବେ ସେମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରୁଛନ୍ତି ବୋଲି ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଚରµା ରିଜର୍ଭ ପୁଲିସ୍ ପଡିଆରେ ଅନୁଷ୍ଠିତ ୫୭ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତ ମୁଖ୍ୟଅତିଥି ଭାବେ େଯାଗଦେଇଥିଲେ। ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତ ରାଜ୍ୟପାଳ, ମୁଖ୍ୟମନ୍ରୀ ଏବଂ ଗୃହରକ୍ଷୀ ଡିଜିଙ୍କ ବାର୍ା ପଢିଥିଲେ। କଂପାନୀ କମାଣ୍ଡା ବରୁଣ ମିତ୍ରଙ୍କ ନେତୃତ୍ବରେ ପେରେଡ୍ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଅଧିକାରୀଙ୍କ ମଧ୍ଯରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାଶ ଚନ୍ଦ୍ର ପରିଡା, ଭଦ୍ରକ ଏସ୍ଡିପିଓ , ଡିଆଇବି ଡିଏସ୍ପି ଅଶୋକ ଦାସ, ଟାଉନ୍ ଥାନାଧିକାରିଣୀ ସରୋଜିନୀ ସାହୁ, ଅତିରିକ୍ତ ଥାନାଧିକାରୀ ମନୋରମା ବାରିକ, ବିଦୁ୍ୟତ୍ ଥାନାଧିକାରୀ ଗଣେଶ୍ବର ପ୍ରଧାନ, ଗ୍ରାମାଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।