ବଲାଙ୍ଗିର, ଜ୍ଞାନ ବିହାର ବିଦ୍ୟାପୀଠ, ଆଦର୍ଶ ପଡା, ବଲାଙ୍ଗୀର ଓ ସୁପ୍ରିମ୍ ଟାସ୍କ ଜେନେରାଲ ହସ୍ପିଟାଲ, ନେତ୍ରନିକେତନ, ବଲାଙ୍ଗୀରଙ୍କ ମିଳିତ ଉଦ୍ୟମରେ କଲେଜ ଛକ ସ୍ଥିତ ସାଇ ମନ୍ଦିର ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମଟାସ୍କ ହସ୍ପିଟାଲ ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଜ୍ଞାନ ବିହାର ସ୍କୁଲ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ସାହୁଙ୍କ ସହାୟତାରେ ଘରୋଇ ବିଦ୍ୟାଳୟ ସଂଘ (ପିଏସଏ)ର ପ୍ରେସିଡେଣ୍ଟ ତଥା ମୋଣ୍ଟେସୋରି ସ୍କୁଲ ନିର୍ଦ୍ଦେଶକ ରବି ଚନ୍ଦ୍ର ଉଦ୍ଗାତା ଫିତା କାଟି ଡଃ. ସିଦ୍ଧେଶ୍ବର ମିଶ୍ର, ମନୋଜକାନ୍ତ ନାଗ, ସୁରେନ୍ଦ୍ର ନାଗଙ୍କ ଉପସ୍ଥିତିରେ ଶିବିରର ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଡା. ମାଧୁରୀ. ଭି ଥାଲମ, ଡଃ. ପ୍ରିୟଦର୍ଶିନୀ ନନ୍ଦ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ଓ ହସ୍ପିଟାଲ କର୍ମଚାରୀ ସିମନ ପାଲ, ରଞ୍ଜନା ବାରିକ,ପ୍ରକାଶ ବାରିକ, ବିଭୁତି ଭୂଷଣ ଭଞ୍ଜ, ଚିନ୍ମୟ ନନ୍ଦ, ଇନୋଷ ଛତ୍ରିଆ, ଆଦିତି ଓ ଜେନିମା ପ୍ରମୁଖ ଯୋଗ ଦେଇଥିଲେ । ଜ୍ଞାନ ବିହାର ସ୍କୁଲର ଛାତ୍ର ପ୍ରୀତମ ମିଶ୍ର, ରୁତୁରାଜ ଷାଣ୍ଢ, ସୁମିତ ପଟେଲ, ବିକାଶ ଷାଣ୍ଢ, ଆୟୁଷ ଭଞ୍ଜ, ଆଶୁତୋଷ ଯୋଷୀ, ମନୋଜୀତ ସାହୁ, ଆୟୁଷ ହୋତା ପ୍ରମୁଖ ଅତିଥିମାନଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ । ଏଥିରେ ଶତାଧିକ ଜଣଙ୍କ ଚକ୍ଷୁ ପରୀକ୍ଷା, ୭୦ ଜଣ ରୋଗୀଙ୍କୁ ଔଷଧ ମାଗଣାରେ ବଣ୍ଟନ କରାଯାଇଥିଲା ଓ ୩୫ ଜଣ ରୋଗୀଙ୍କୁ ମାଗଣା ଅସ୍ତ୍ରୋପଚାର ପାଇଁ ସୁପ୍ରିମଟାସ୍କ ହସ୍ପିଟାଲ ନେତ୍ରନିକେତନକୁ ପଠାଯାଇଥିଲା ।
ଏହି ଶିବିରର ସମସ୍ତ କାର୍ଯ୍ୟକ୍ରମର ରୂପରେଖ ତଥା ପରିଚାଳନା ଦାୟିତ୍ବ ରୂପେଶ କୁମାର ନାଗଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା । ଶିକ୍ଷକ ନେତ୍ରାନନ୍ଦ ପଧାନ, ଲୀନା ଗୁରୁମା, ନଟରାଜ ଠାକୁର, ସାଇ ମନ୍ଦିର ଆବାହକ ଭୋଜରାଜ ସିଂହ ଧରୁଆ, କେଶବ ସୁବୁଦ୍ଧି, ବାସନ୍ତି ବେହେରା, ନୀଳମଣି ତ୍ରିପାଠୀ, ରମାକାନ୍ତ ବାରିକ, ସାନ୍ତନୁ ନାଗ, ହୁସେନ ନାଗ, ସୁନିଳ ସାହୁ, ବେଞ୍ଜାମିନ ନାଗ, ଦାରାସିଂହ ନନ୍ଦ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।