ଭୁବନେଶ୍ୱର, ଥାଲାସେମିଆରେ ପୀଡିତ ପୁଅର ଛାତ୍ରବୃତି ଟଙ୍କା ଦେବାକୁ ବାପା ଠାରୁ ୨ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଡାଟା ଏଂଟ୍ରି ଅପରେଟର ଓ ଅନ୍ୟଜଣେ ପ୍ରାଥମିକ ଶିକ୍ଷକ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ଧିରେନ୍ଦ୍ର ସେନାପତି,ଡାଟା ଏଂଟ୍ରି ଅପରେଟର,ରାମସା ସେକ୍ସନ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ପୁରୀ ଓ ପ୍ରହଲ୍ଲାଦ ପ୍ରଧାନ, ପ୍ରାଥମିକ ଶିକ୍ଷକ,ଖଣ୍ଡବଜାର, ବ୍ରହ୍ମଗିରି ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କ ଥାଲାସେମିଆ ପୀଡିତ ପୁତ୍ରଙ୍କ ଛାତ୍ରବୃତି ଟଙ୍କା ପ୍ରଦାନପାଇଁ ୨୦୦୦ଟଙ୍କା ଲାଂଚ ନେଉଥିଲେ । ଅଭିଯୋଗ ପାଇଁ ଭିଜିଲାନ୍ସ ଅଧିକାରୀ ସେମାନଙ୍କୁ ଗିରଫ କରିଥିଲେ ।