ଭୁବନେଶ୍ୱର, କୋଲକାତାରୁ ଭୁବନେଶ୍ୱର ଆସିଥିବା ବିଜୁ ବାବୁଙ୍କ ଡାକୋଟା ବିମାନକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି । ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ, ଦୁଇଟି ଚକ ସହ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି । ୨୭ ତାରିଖରେ ଫ୍ୟୁଜ ଲସ ବା ବିମାନର ବଡିକୁ ଅଣାଯିବ । ୨୮ ତାରିଖରେ ୱିଙ୍ଗସ୍ ଆଣି ଲଗାଯିବ । ମାର୍ଚ୍ଚ ୩ ତାରିଖ ସୁଦ୍ଧା କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖା ଯାଇଛି । ଆସନ୍ତା ମାର୍ଚ୍ଚ ୫ ତାରିଖରେ ଲୋକାର୍ପିତ ହେବ ଡାକୋଟା । ଏହାପରେ ସର୍ବ ସାଧାରଣ ଏହାକୁ ଦେଖିପାରିବେ ।
ଗତ ଜାନୁଆରୀ ୧୭ତାରିଖରେ କୋଲକାତାରୁ ବାହାରି ୧୮ତାରିଖ ଦିନ ଡାକୋଟା ବିମାନ ଓଡ଼ିଶାରେ ପହିଂଥିଲା । କୋଲକାତାର ଦମଦମ୍ ବିମାନ ବନ୍ଦରରୁ ୩ଟି ଟ୍ରଲରରେ ବୋଝେଇ ହୋଇ ଭୁବନେଶ୍ୱରକୁ ଅଣାଯାଇଥିଲା ଡାକୋଟା ବିମାନ ।