ବ୍ରହ୍ମଗିରି ବ୍ଲକ ରାହାଡ଼ମଲ ପଞ୍ଚାୟତ ନିଶିଭଁର ଗ୍ରାମର ଅଗ୍ନି ବିପନ୍ନ ପରିବାର ଭରତ ପ୍ରଧାନ ଓ କରୁଣାକର ପ୍ରଧାନଙ୍କୁ ଭେଟି ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଆଶ୍ୱlସନା ଦେବା ସହିତ ସମବେଦନା ଜଣାଇଛନ୍ତି। ଶ୍ରୀ ଦାସବର୍ମା ବ୍ରହ୍ମଗିରି ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ ସହିତ ଆଲୋଚନା କରି ଅଗ୍ନିବିପନ୍ନ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଚାଉଳ, ଚୁଡ଼ା, ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି। ଏହି ସମୟରେ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ବିଦ୍ୟାଧର ସ୍ଵାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ଦଳାଇ, ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ, ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମାହାନ୍ତି, ରାଜସ୍ୱ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 22, 2024