ଭୁୁବନେଶ୍ୱର,ଆଜି ଶୁକ୍ରବାର ଦିନ ଆସି ରାଜ୍ୟ ବଜେଟ । ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ଶୁକ୍ରବାର ଦିନ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ । ଏହା ନବୀନ ପଟ୍ଟନାୟକ ସରକାରଙ୍କ ପଂଚମ ପାଳିର ଶେଷ ପୂର୍ଣାଙ୍ଗ ବଜେଟ ହେବ ।
ଅର୍ଥ ମନ୍ତ୍ରୀ ଆଗତ କରିବାକୁ ଥିବା ଏହି ବଜେଟ ୨.୩ ଲକ୍ଷ କୋଟି ଟଙ୍କା ହେବାର ଅନୁମାନ କରା ଯାଉଛି । କିଛି ଦିନ ପୂର୍ବରୁ ରାଜ୍ୟ କ୍ୟାବିନେଟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ବଜେଟକୁ ଅନୁମୋଦନ ଦିଆ ଯାଇଥିଲା । ବର୍ତମାନ ପାଳି୍ର ଏହା ଶେଷ ପୂର୍ଣାଙ୍ଗ ବଜେଟ ହୋଇଥିବାରୁ ଲୋକ ମାନଙ୍କ ମନରେ ଏହାକୁ ନେଇ ଅନେକ ଆଶା ରହିଛି ।
ଉଲ୍ଲେଖନୀୟ ଯେ ଗତ ବର୍ଷ ଜୁଲାଇ ମାସରେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ ଆଗତ କରିଥିଲେ ।