ଭୁବନେଶ୍ୱର, ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ ଶୁକ୍ରବାର ୨୦୨୩-୨୪ ଆର୍ôଥକ ବର୍ଷ ଲାଗି ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରୁ କାର୍ଯ୍ୟକ୍ରମ ବ୍ୟୟ ବରାଦ ବାବଦକୁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ରଖାଯାଇଛି । କାର୍ଯ୍ୟକ୍ରମ ବ୍ୟୟ ବରାଦ ମୋଟ୍ ବଜେଟ୍ ର ୫୪ ପ୍ରତିଶତ ଅଟେ ।
ସେହିପରି ପ୍ରଶାସନିକ ବ୍ୟୟକୁ ୯୪ ହଜାର କୋଟି ଟଙ୍କାରେ ସୀମିତ ରଖାଯାଇଛି । ପ୍ରଶାସନିକ ବ୍ୟୟ ବରାଦ ମଧ୍ୟରେ ଦରମା ପାଇଁ ୩୨ ହଜାର ୪୪୯ କୋଟି ଟଙ୍କା ରହିଥିବା ବେଳେ ପେନସନ୍ ପାଇଁ ୧୯ ହଜାର ୯୬୭ କୋଟି ଟଙ୍କା , ସୁଧ ଦେୟ ବାବଦକୁ ୭ ହଜାର ୨୪୧ କୋଟି ଠଙ୍କା ଏବଂ ପୁଂଜି ସମ୍ପତିର ରକ୍ଷଣାବେକ୍ଷଣା ପାଇଁ ୧୩ ହଜାର ୪୬୪ କୋଟି ଟଙ୍କା ରହିଛି ।
ଏହା ବ୍ୟତୀତ ଡିଜାଷ୍ଟର ରେସପନ୍ସ ଫଣ୍ଡ ପାଇଁ ବ୍ୟୟବରାଦର ପରିମାଣ ୩ ହଜାର ୭୦୦ କୋଟି ଟଙ୍କା ହେବ । ରାଜ୍ୟର ଗ୍ରାମୀଣ ଓ ସହରାଂଚଳ ସ୍ଥାନୀୟ ନିକାୟ ସଂସ୍ଥାକୁ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ପ୍ରାୟ ୩ ହଜାର ୧୩୨ କୋଟି ଟଙ୍କା ଏବଂ ପଂଚମ ରାଜ୍ୟ ଅର୍ଥ କମିଶନଙ୍କର ସୁପାରିଶ ଆଧାରରେ ପ୍ରାୟ ୪ ହଜାର ୫୨ କୋଟି ଟଙ୍କା ହସ୍ତାନ୍ତର କରିବାକୁ ପ୍ରସ୍ତାବ ରହିଛି ।
୨୦୨୩-୨୪ ଆର୍ôଥକ ବର୍ଷର ପୁଂଜିବ୍ୟୟ ଅଟକଳ ହେଉଛି ୫୧ ହଜାର ୬୮୩ କୋଟି ଟଙ୍କା , ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬ ପ୍ରତିଶତ । ଅତିରିକ୍ତ ଭାବେ ଋଣଓ ଅଗ୍ରିମ , ପୁଂଜି ସମ୍ପତି ସୃଷ୍ଟି ପାଇଁ ଅନୁଦାମ ଓ ଅନ୍ୟାନ୍ୟ ପୁଂଜି ସମ୍ପତି ସୃଷ୍ଟି ପାଇଁ ଖର୍ଚ୍ଚକୁ ମିଶାଇ ମୋଟ ୧୨ହଜାର ୪୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହା ସାମଗ୍ରିକ ଘରୋଇ ଉତ୍ପାଦର ୧.୪ ପ୍ରତିଶତ ।
୨୦୨୩-୨୪ ଆଥିକ ବର୍ଷ ପାଇଁ ଆକଳିତ ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବେ ୪୬ ହଜାର ୨୫୧ କୋଟି ଟଙ୍କା , ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ୫୩ ହାଜର କୋଟି ଟଙ୍କା , ନିଜସ୍ୱ ଅଣଟିକସ ରାଜସ୍ୱ ୫୨ ହଜାର ୫୦୦ କୋଟଇ ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୨ ହଜାର ୭୪୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ।