ଗଂଜାମ, ଶେରଗଡ ବ୍ଳକର ବିଭିନ୍ନ ପଂଚାୟତରେ ଖୋଲାଯାଇଥିବା ଧାନ ମଣ୍ଡି ଗତ ଜାନୁଆରୀ ମାସ ପହିଲାରୁ ଖୋଲାଯାଇଥିଲେ ମଧ୍ଧ ପ୍ରଶାସନିକ ଅବହେଳାରୁ ଚାଷୀଙ୍କ ଠାରୁଏପର୍ଯ୍ଯନ୍ତ ପଚାଷ ଭାଗ ଧାନ ସଂଗୃହିତ ହୋଇନାହିଁ। ଚାଷୀଙ୍କୁ ଠିକ୍ ସମୟରେ ଟୋକନ ମିଳୁନି। ଟୋକନ ପାଇଥିବା ଚାଷୀଙ୍କ ଠାରୁ ମିଲରମାନେ ଟାଳଟୁଳ ନୀତି ଅବଲମ୍ବନ କରି ଧାନ ନେବାରେ ବିଳମ୍ବ କରୁଥିବାରୁ ଟୋକନ ଲାପସ ହେଉଛି। ଫଳରେ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନହେଉଛନ୍ତି।
ପିତଳ ସେବା ସମବାୟ ସମିତି ପାଇଁ ଚଳିତ ବର୍ଷ ୨୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ଯଧାର୍ଯ୍ଯ ହୋଇଥିବା ବେଳେ ଚଳିତମାସ ଶେଷସୁଦ୍ଧା ମାତ୍ର ଦଶ ହଜାର କୁଇଣ୍ଟାଲ ଧାନ ମଣ୍ଡିକୁ କିଣାଯାଇଛି। ଆଉମାତ୍ର ଏକ ମାସ ମଧ୍ୟରେ ବଳକା ଦଶ ହଜାର କୁଇଣ୍ଟାଲ ଧାନ ମଣ୍ଡିକୁ ଯିବାର ସମ୍ଭାବନା କ୍ଷୀଣ ହୋଇଛି। ଏଣୁ ତୁରନ୍ତ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।