ଭୁୁବନେଶ୍ୱର , ଆଗାମୀ ୫ଦିନ ମଧ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇପାରେ । ଫେବୃଆରୀ ଶେଷ ଏବଂ ମାର୍ଚ୍ଚ ପହିଲା ପରଠୁ ତାପମାତ୍ରାରେ ବୃଦ୍ଧି ଘଟିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଓଡିଶା ଉପକୂଳ ନିକଟସ୍ଥ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ହେତୁ ଆଗାମୀ ୫ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନ ର ସମ୍ଭାବନା ନାହିଁ । କିନ୍ତୁ କିଛି କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ରହିଛି । ଅପରପକ୍ଷରେ ଆଜି (ଶୁକ୍ରବାର) ଦିନ ୨.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୩୭ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି ।