
ନୂଆଦିଲ୍ଲୀ , ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦କୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ, ଯୁଗାନ୍ତକାରୀ ଏବଂ ନୂଆ ଦିଗ ପ୍ରଶସ୍ତ କରିଲା ଭଳି ପଦକ୍ଷେପ ରୂପେ ସ୍ୱୀକାର କରାଯାଇଛି । ଏହି ନୀତିର କ୍ରିୟାନ୍ୱୟନ ଦିଗରେ ଶିଶୁ ଅବସ୍ଥାର ରକ୍ଷଣାବେକ୍ଷଣ ଏବଂ ଶିକ୍ଷାର ରାଷ୍ଟ୍ରୀୟ ପାଠ୍ୟଚର୍ଯ୍ୟା ଯାହାକି କ୍ରିୟା ତଥା ଖେଳ ଆଧାରିତ, ଆନନ୍ଦଦାୟକ ଶିଶୁ ଶିକ୍ଷାର ଆଧାର ଏକ ମହତ୍ୱପୂର୍ଣ୍ଣ ସୋପାନ ଅଟେ । ବିଶ୍ୱର ଶୈକ୍ଷିକ ଏବଂ ଆର୍ଥିକ କ୍ଷେତ୍ରର ବିଶେଷଜ୍ଞଙ୍କ ମତରେ ଉତମ ଶିକ୍ଷା ଦ୍ୱାରା ବ୍ୟକ୍ତିତ୍ୱ ବିକାଶର ଗତି ଅକଳ୍ପନୀୟ ରୂପରେ ଗତିଶୀଳ ହୋଇପାରିବ । “ଜାଦୁଇ ପିଟାରା” ନାମରେ ବର୍ତମାନ ଆସିଥିବା ଶିକ୍ଷଣ-ଅଧିଗମ ସାମଗ୍ରୀ ଦେଶରେ ପ୍ରାରମ୍ଭିକ ସ୍ତରର ଶିକ୍ଷା, ବିଶେଷ ଭାବରେ ଅଙ୍କ ଜ୍ଞାନ ତଥା ଅକ୍ଷର ଜ୍ଞାନ ଦୃଷ୍ଟିରେ ଏକ ବଡ଼ ପଦକ୍ଷେପ । ପିଲାମାନଙ୍କର ସର୍ବାଙ୍ଗୀଣ ତଥା ସମଗ୍ର ବିକାଶର ଉଦ୍ଦେଶ୍ୟରେ ଏହା ଏକ ନୂତନ ପ୍ରୟୋଗ ଅଟେ ବୋଲଇ ବିଦ୍ୟା ଭାରତୀ ଅଧ୍ୟକ୍ଷ ଡି. ରାମକୃଷ୍ଣ ରାଓ ପ୍ରକାଶ କରିଛନ୍ତି ।
ଅନୁଭବଜାତ ଅଧିଗମ, ଖେଳ ଆଧାରିତ ଶିଖିବାର ବୟସ ଅନୁକୂଳ ପ୍ରକ୍ରିୟା, ଖେଳ ମାଧ୍ୟମରେ ଶିଖିବା, ବହୁଭାଷିତାର ବିକାଶ, ଜୀବନ କୌଶଳର ବିକାଶ, କ୍ଷମତା ନିର୍ମାଣ, ଶୈକ୍ଷିକ ଲକ୍ଷ୍ୟର ପ୍ରାପ୍ତି ନିମନ୍ତେ ବିଭିନ୍ନ ଗତିବିଧିର ଆକଳନ, ସଂସ୍କୃତି ସହ ଯୋଡ଼ିହେବା, କୌଶଳ ଶିକ୍ଷାକୁ ନିଜେ କରି ଶିଖିବା, ଶିକ୍ଷକ-ଶିକ୍ଷାର ପୁସ୍ତିକା, ଡିଜିଟାଲ ତଥା ଦୃଶ୍ୟ ଶ୍ରାବ୍ୟ ରୂପରେ ଉପଲବ୍ଧତା, କଥା-କଥନ ତଥା ବିବିଧତାପୂର୍ଣ୍ଣ ଶିକ୍ଷଣ ସହାୟକ ସାମଗ୍ରୀ ଇତ୍ୟାଦି “ଜାଦୁଇ ପିଟାରା”ର ଅନର୍ଗତ ପ୍ରମୁଖ ବିଶେଷତା ଅଟେ ।
ଦେଶର ୧୩ଟି ଭାଷାରେ ସରଳ ଭାବରେ ବୁଝିବା ଭଳି ଏହି “ଜାଦୁଇ ପିଟାରା” ଦେଖିବା ତଥା ତାହାର ସାମଗ୍ରୀକୁ ବୁଝିବା ପରେ ବିଦ୍ୟା ଭାରତୀକୁ ପ୍ରତୀତ ହେଲା ଯେ ସ୍ଥାନୀୟ ସ୍ତରରେ ଉପଲବ୍ଧ ସାମଗ୍ରୀର ସାହାଯ୍ୟରେ ବିଦ୍ୟାଳୟ ମଧ୍ୟ ନିଜ ସ୍ତରରେ ଅନ୍ୟ ସାମଗ୍ରୀର ପ୍ରସ୍ତୁତ କରିପାରିବ ।
ବିଦ୍ୟା ଭାରତୀ ଏହି “ଜାଦୁଇ ପିଟାରା”କୁ ବିକଶିତ କରିବାରେ ଯୋଡ଼ି ହୋଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ କରିବା ସହିତ ବିଶ୍ୱାସ କରୁଛି ଯେ ଦେଶର ଶିକ୍ଷା ପ୍ରଣାଳୀରେ ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ ହୋଇପାରିବ । ଶିକ୍ଷା ମନ୍ତ୍ରଣାଳୟ ତଥା ଏହାର ନୋଡ଼ାଲ ଏଜେନ୍ସି ଏନ.ସି.ଇ.ଆର.ଟି. ତଥା ଅନ୍ୟ ସହଯୋଗୀ ସଂସ୍ଥାର ଏହି ପ୍ରୟାସ ମଧ୍ୟ ଅଭିନନ୍ଦନ ଯୋଗ୍ୟ ଯାହାର ଅହୋରାତ୍ର ପରିଶ୍ରମ ବିନା ଏହି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ସମ୍ଭବ ହୋଇପାରି ନ ଥାନ୍ତା ।