ଭୁୁବନେଶ୍ୱର, ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ବରପୁତ୍ରଙ୍କ ଦାୟଦ ତଥା ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର, ଉତ୍କଳ ସମ୍ମିଳନୀର ଉପଦେଷ୍ଟା ଅଧିବକ୍ତା ପୁରୁଷୋତମ ବିଶ୍ୱାଳ, ଉପ-ସଭାପତି ଡ. ସୁରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ବରପୁତ୍ରଙ୍କ ଗୁଣଗାନ କରିଥିଲେ । ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, କାନ୍ତକବିଙ୍କ ଉପରେ ଡାକ ଟିକେଟ ହୋଇସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉନ୍ମାଚିତ ହୋଇପାରୁ ନାହିଁ । ସେହିଭଳି ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଥିଲେ ମଧ୍ୟ କେଉଁ ସ୍ୱରରେ ଓ କେତେ ସମୟ ବୋଲାଯିବ ତାହା ସ୍ଥିର ହୋଇ ପାରୁନାହିଁ ।
Related Stories
November 25, 2024