ଭଦ୍ରକ – ଭଦ୍ରକ ଜିଲାସ୍କୁଲ ଭଳି ଐତିହ୍ୟ ସଂପନ୍ନ ଏକ ଶିକ୍ଷାନୁଷ୍ଠାନରେ କେତେକ ବିଶୃଙ୍ଖଳାକାରୀ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ବିଧାୟକଙ୍କ ନିଦ୍ର୍ଧେଶ କ୍ରମେ ଜିଲା ଶିକ୍ଷାଧିକାରୀ ୩ ଜଣ ଶିକ୍ଷକଙ୍କୁ ବଦଳି କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଠାରେ ସୂଚନାେଯାଗ୍ୟ ଏନ୍ସିସି, ପିଇଟି ଓ ଇଂରାଜୀ ବିଭାଗର ଏହି ୩ ଜଣ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ଆୟୁଧ କରି ଜଣେ ଶିକ୍ଷୟିତ୍ରୀଙ୍କୁ କ୍ରମାଗତ ଭାବେ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ। ଶିକ୍ଷୟିତ୍ରୀ ଜଣକ ନିଜର ଶିକ୍ଷାଦାନ କର୍ବ୍ୟ ତୁଲାଇବା ସହ ବିଦ୍ୟାଳୟରେ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟ ଏବଂ ସରକାରଙ୍କ ନିର୍ବାଚନୀ ଭୋଟର ସୁପରଭାଇଜିଂ ର ଅତିରିକ୍ତ ଦାୟିତ୍ବ ନିଷ୍ଠାର ସହ ତୁଲାଇ ଆସୁଥିବାବେଳେ ଦୀର୍ଘବର୍ଷ ହେବ ଏହି ବିଦ୍ୟାଳୟରେ ରହିଆସୁଥିବା ୩ ଜଣ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ଢାଲ କରି ଅଳ୍ପଦିନ ହେବା ଆସିଥିବା ନିରୀହ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଷଡଯନ୍ର କରିଥିଲେ। ଏଭଳି ଏକ ଖବର ପାଇ ବିଧାୟକ ସଂଜୀବ ମଲ୍ଲିକଙ୍କ ନିଦ୍ର୍ଧେଶ କ୍ରମେ ଜିଲା ଶିକ୍ଷାଧିକାରୀ ଉପରୋକ୍ତ ବିଶୃଙ୍ଖଳାକାରୀ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଥିବାବେଳେ ଶିକ୍ଷୟିତ୍ରୀ ଜଣଙ୍କୁ ମଧ୍ଯ ବଦଳି କରିଛନ୍ତି। ତେବେ ଶିକ୍ଷୟିତ୍ରୀ ଜଣଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିେଯାଗ ହେବା ପରେ ସହରାଳ ଥାନାଧିକାରିଣୀ ସରୋଜିନୀ ସିଂ ୩ ଶିକ୍ଷକଙ୍କୁ ଡକାଇ ପଚରା ଉଚୁରା କରୁଥିବାର ଜଣାପଡିଛି। ତେଣୁ ଭଦ୍ରକ ଜିଲାସ୍କୁଲ ଭଳି ଏକ ଗୌରବମୟ ଶିକ୍ଷାୟତନରେ ଏଭଳି ଶିକ୍ଷକଙ୍କ କାର୍ଯ୍ୟ କଳାପକୁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ତୀବ୍ର ନିନ୍ଦା କରାଯାଇଛି।
Related Stories
January 2, 2025
January 2, 2025