
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ହିନ୍ଦୁଳିଆ ଗ୍ରାମ ପଂଚାୟତର ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସରପଂଚ ରଶ୍ମୀରେଖା ଜେନା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ହିନ୍ଦୁଳିଆ ପଂଚାୟତର ସରପଂଚଙ୍କ କାର୍ଯ୍ୟାଳୟ ଏହି ପଂଚାୟତର ବାତ୍ୟା ଆଶ୍ରୟସ୍ଥଳ ଅସ୍ଥାୟୀ ଭାବେ ଚାଲୁଅଛି । ହିନ୍ଦୁଳିଆ ଅଂଚଳରେ ଗ୍ରାମ ପଂଚାୟତ ଗୃହ ଯାଗା ନଥିବାରୁ ଏହି ଗୃହ ନିର୍ମାଣ ପାଇଁ ଅସୁବିଧା ସୃଷ୍ଟି ହେଉଛି । ମାତ୍ର ଏହି ଗ୍ରାମ ନିକଟରେ ଥିବା ହାତିଆଠାରେ ଆବଶ୍ୟକ ମୁତାବକ ସରକାରୀ ଜମି ରହିଛି । ଉକ୍ତ ସ୍ଥାନରେ ପଂଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ କରାଗଲେ ହିନ୍ଦୁଳିଆ ଗ୍ରାମବାସୀମାନେ ଉପକୃତ ହୋଇପାରିବେ ବୋଲି ଦାବି କରାଯାଇଛି । ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ସରପଂଚ ରଶ୍ମୀରେଖା ଜେନାଙ୍କ ସହ ଗ୍ରାମର ଅକ୍ଷୟ କୁମାର ନାୟକ, ସ୍ମୃତିରଂଜନ ଦ୍ୱିବେଦୀ, ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।