-
ମାର୍ଚ୍ଚ ୬ ରୁ ୧୦ ରାଜ୍ୟବ୍ୟାପୀ ଆନ୍ଦୋଳନ , ୧୩ ରେ ରାଜଭବନ ସମ୍ମୁଖରେ ଗଣଧାରଣା
ଭୁବନେଶ୍ୱର, ପ୍ରଧାନ ମନ୍ତ୍ରୀ ଓ ଆଦାନୀ କମ୍ପାନୀ ସମୁହର ମହା ମେଗା ସ୍କାମର ଜେପିସି (ଜଏଂଟ ପାଲ୍ୟାମେଂଟ କମିଟି) ତଦନ୍ତ ଦାବି କରିଛି ରାଜ୍ୟ କଂଗ୍ରେସ । ଏହି ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶର ୩୩ ଟି ଯାକ ସାଂଗଠନିକ ଜିଲ୍ଲାରେ ପ୍ରେସବାର୍ତା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ଏହି ମହା ଠକେଇର ପର୍ଦାଫାଶ କରାଯିବ । ଏହା ବିରୋଧରେ ମାର୍ଚ୍ଚ ୬ ରୁ ୧୦ ତାରିଖ ମଧ୍ୟରେ ପ୍ରତ୍ୟେକବ୍ଲକ/ଏନଏସି/ମ୍ୟୁନିସିପାଲ କର୍ପୋରେସନ ଇତ୍ୟାଦି ମାନଙ୍କରେ ଥିବା ସରକାରୀ ବ୍ୟାଙ୍କ କିମ୍ବା ଏଲଆଇସି ଅଫିସ ସାମନାରେ ପ୍ରତିବାଦ ସଭା ଆୟୋଜନ କରାଯିବ ଏବଂ ମାର୍ଚ୍ଚ ୧୩ ତାରିଖରେ ରାଜଭବନ ସମ୍ମୁଖରେ ଗଣଧାରଣା ମାଧ୍ୟମରେ ପ୍ରତିବାଦ କରାଯିବ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶରତ ରାଉତ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଏହି ସୂଚନା ଦେଇଛନ୍ତି ।
ଚା କଂଗ୍ରେସ ଦଳ ଆଦାନୀ ସହିତ ଏହି ଅର୍ଥନୈତିକ କାରବାର ଓ ମହା ଠକେଇର ସତ୍ୟତାକୁ ଜାଣିବାପାଇଁ ଏକ ଜଏଂଟ ପାଲ୍ୟାମେଂଟ କମିଟି ଦ୍ୱାରା ତଦନ୍ତ କରାଯାଉ ବା ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ ହେଉ ବୋଲି ଦାବି କରୁଥିଲା ବେଳେ ସରକାର ଏହାକୁ ଗ୍ରହଣ କରୁନାହାନ୍ତି କାହିଁକି ? ଏପରିକି ବିଶ୍ୱରେ ବହୁ ନିବେଶକ ଏବଂ ନିବେଶକ ସଂସ୍ଥାମାନେ ନିଜର ନିବେଶକୁ ବହାର କରିନେଇ ସାରିଲେଣି ଏବଂ ଆଦାନୀ ଗ୍ରୁପ ଗୋଟିଏ କମ୍ପାନୀର ସେୟାରକୁ ବନ୍ଧକ ରଖି ସେହି ପଇସାରେ ଆଉ ଗୋଟିଏ କମ୍ପାନୀ କରିବା ବା ଅନ୍ୟ ଏକ ବ୍ୟବସାୟକୁ ଅଧିଗ୍ରହଣ କରିବା କାର୍ଯ୍ୟ କରିଛି । ଯଦ୍ୱାରାକି ମୂଳ ଋଣ ନେବାର ଉଦ୍ଦେଶ୍ୟ ଏବଂ ପ୍ରତିବଧତାକୁ ଖିଲାପ କରିଛି ।
ଚା ଏପରିକି ନରୱେର ଏକ ୟୁଏଲଏଫ ପେନସନ ଫଣ୍ଡ ସଂସ୍ଥା ଆଦାନୀର ଗ୍ରୀନ୍ଏନର୍ଜି କମ୍ପାନୀରେ ପୁଞ୍ଜି ବିଯୋଗ କରିଥିଲା ବେଳେ ଆଦନୀ ଗ୍ରୁପ ସେହି କମ୍ପାନୀର ସେୟାରକୁ ବନ୍ଧକ ରଖି ତାପଜ ବିଦ୍ୟୁତ ବ୍ୟବସାୟରେ ଲଗାଇଛି । ଯଦ୍ୱାରାକି ବିଶ୍ୱରେ ଯେଉଁ ଆର୍ଥିକ ସଂସ୍ଥାମାନେ ପ୍ରଦୁଷଣକୁ ନିୟନ୍ତ୍ରଣ କରିବା ଏବଂ ବିଶ୍ୱ ତାପମାନକୁ ହ୍ରାସ କରିବାପାଇଁ ସଂକଳ୍ପ ନେଇଛନ୍ତି ଏବଂ ତାଙ୍କର ପୁଞ୍ଜିକୁ ପ୍ରଦ୍ୟୁଷଣକାରୀ ବ୍ୟବସାୟରେ ନଲଗାଇବାପାଇଁ ନିଷ୍ପତି ନେଇଥିଲେ ତାକୁ ମଧ୍ୟ ଖିଲାପ କରିଛନ୍ତି ।
ଚା ଭାରତବର୍ଷର ଇଡି, ସିବିଆଇ, ଇନକମ ଟ୍ୟାକ୍ସ ଏପରିକି ସେବି ଏ ସମସ୍ତ ଘଟଣାର ତଦନ୍ତ କରୁ ନାହିଁ । ତାହାଲେ ଏସବୁ ଏଜେନ୍ସି ସସସ୍ତ କଥାରେ ତଦନ୍ତ କରୁଥିଲା ବେଳେ ଏ ଘଟଣାରେ ତଦନ୍ତ କାହିଁକି କରୁ ନାହାନ୍ତି । ଏହାଦ୍ୱାରା ବିଶ୍ୱ ପୁଞ୍ଜି ବଜାରରେ ଭାରତ ପ୍ରତି ଏକ ନକରାତ୍ମକ ଭାବନ ସୃଷ୍ଟି କରିବକି ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।