
ଭୁବନେଶ୍ୱର, ନବ ଦାସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କକ୍ରାଇମ ବ୍ରାଂଚ ତଦନ୍ତକୁ ନେଇ ବିଧାନସଭାରେ ହଟ୍ଟଗୋଳ ଚାଲିଥିବା ବେଳେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହମିଶ୍ର ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ମାମଲାର ତଦନ୍ତ ଠିକ ବାଟରେ ହେଉ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ନବ ଦାସଙ୍କୁ ହତ୍ୟାର ୨୫ ଦିନ ବିତିଲାଣି କିନ୍ତୁ ଏଯାଏଁ ତଦନ୍ତଠିକ୍ ରେ ହେଉନାହିଁ । ଏଯାଏଁ କାହିଁକି ସତ ସାମ୍ନାକୁ ଆସିଲା ନାହିଁ ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ସେ କହିଛନ୍ତି ଯେ ମନ୍ତ୍ରୀ ନବଦାସଙ୍କୁ ଗୁଳି ମାଡ ହେବା ପରେ ତାଙ୍କର ଘଟଣାସ୍ଥଳରେ ହିଁମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ଅଛି କି ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଯାଇଥିଲା ।ଯଦି ସେଠାରେ ମୃତ୍ୟୁ ହୋଇଥିଲା ତାଙ୍କୁ ଭୁବନେଶ୍ୱର ଆଣି ଘରୋଇ ମେଡିକାଲରେ ଭର୍ତ୍ତି କରିବାର ଉଦ୍ଦେଶ୍ୟକଣ ଥିଲା? କାହିଁକି ମୁଖ୍ୟମନ୍ତ୍ରୀ ତାଙ୍କୁ ହାତ ଯୋଡି ନମସ୍କାର କରିଥିଲେ? ସେ କହିଛନ୍ତି ଯେ ତାଙ୍କ ମତରେ ଗୁଳି ବାହାର କରାଯାଇପାରିବ । ହେଲେ ଏହିକ୍ଷେତ୍ରରେ ଗୁଳି ମିଳି ନାହିଁ । ଓକିଲ ଭାବେ ହଜାରେ ହତ୍ୟା ମାମଲା ପରିଚାଳନା କରିଛି । ତେଣୁ ଜଣେଓକିଲ ଭାବେ କହିୁଛି ଯେ ତଦନ୍ତ ଠିକ ଭାବେ ହେଉ ନାହିଁ । ନବ ଦାସଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି । ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତପାଇଁ ଚିଠି ଲେଖନ୍ତୁ ବୋଲି ସେ କହିଛନ୍ତି ।