
ଜଟଣୀ -ସେଚୁଂରିୟାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଜଟଣୀ କ୍ୟାମ୍ପସରେ ସପ୍ତମ ସମାବର୍ତର୍ନ ସମାରୋହ ଅନୁÂିତ ହୋଇଯାଇଛି । ଏଥିରେ ପରିଦର୍ଶକଭାବେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀଲାଲ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ସେକହିଥିଲେ ଯେ, ନିଜ ଭିତରେ ନିଜର ପରିଚୟ ସୃଷ୍ଟି କରିପାରିଲେ ହିଁ ତାହା ପ୍ରକୃତ ଶିକ୍ଷା ବୋଲି କହି ପାରିବା । ମହାଭାରତରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନ ମଧ୍ୟରେ ହୋଇଥିବା ଆଲୋଚନା ତଥା ଭଗବତ୍ ଗୀତାର ବଳିÂ ଉଦାହରଣ ଦେଇ କହିଥିଲେକି ଏଥିରେ ସମସ୍ତ ଆଧୁନ୍ଖଳ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କୋ÷ଶଳ ଉପଲବ୍ଧ ରହିଛି । ଯାହାକି ଗବେଷଣା ଜରୁରୀ ଯେଉଁଥିରେକି ବୈଷୟିକ ଶିକ୍ଷା କିପରି ଆଧ୍ୟାତ୍ମିକ ଓ ପୋ÷ରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେଶିତ ସେନେଇ ସଂସ୍କୃତ ଶ୍ଳୋକରେ ଉପାଦେୟ ବକ୍ତବ୍ୟ ଦେଇଥିଲେ ରାଜ୍ୟପାଳ । ଅନ୍ୟପକ୍ଷରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗର କେନ୍ଦ୍ରିୟ ସଚୀବ ଡ. କେପି କ୍ରିଶନନ୍ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗ ସଚୀବ ପ୍ରଦୀପ ସିଂ ଖାରୋଲା ଅନ୍ୟତମ ଅତିଥିଭାବେ ଯୋଗଦେଇ ସେଂଚରିୟାନ୍ ବିଶ୍ୱ ବିଦ୍ୟାଳୟ ବିଭିନ୍ନ ବିଷୟରେ କିପରି ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନେଇ କାମ କରୁଛି ସେ ସମ୍ପର୍କରେ ସୂଚନା ଦେବା ସହିତ ମୂଲ୍ୟବୋଧ ଭିତିକ ଶିକ୍ଷା ଗ୍ରହଣ କରି ନିଜର କର୍ମ ସଂସ୍ଥାନ ଗଢ଼ି ତୋଳିବା ସହ ଦେଶ ବିକାଶରେ ନିଜକୁ ନିୟୋଜିତ କରିବାକୁ ଡିଗ୍ରିଧାରୀ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇ ସପଥ ପାଠ କରାଇଥିଲେ । ଏହିଅବସରରେ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପ ସଭାପତି ଡି ଏନ୍ ରାଓ, କୁଳପତି ସୁପ୍ରିୟା ପଟ୍ଟନାୟକ ସହ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ପରି ପ୍ରେକ୍ଷିରେ ୯ଜଣଙ୍କୁ ସ୍ୱର୍ଣ୍ଣର୍ପଦକ, ୧୨ଜଣଙ୍କୁ ପିଏଚ୍ଡି, ୪୫ଜଣଙ୍କୁ ଏମ୍ଫିଲ୍, ୧୭ଜଣଙ୍କୁ ଏମ୍ଟେକ୍, ୪୯ଜଣଙ୍କୁ ଏମ୍ବିଏ, ୪୨୩ଜଣଙ୍କୁ ଏମ୍ଏସସି, ୨ଜଣଙ୍କୁ ଏମ୍ଏ, ୨୫୨ଜଣଙ୍କୁ ବିଏସସି, ୩ଜଣ ବିଏ, ୫୦୨ବିଟେକ, ୩ଜଣ ବିଆକ, ୩୨ବିବିଏ, ୧୦ବିକମ, ୭ବିସିଏ, ୨୭୩ବିଏସ୍ସି, ୨୦୫ ଡିପ୍ଲୋମା ଏବଂ ୫୫ଜଣଙ୍କୁ ଡିଫାର୍ମା ଡିଗ୍ରୀ ପ୍ରାଦାନ କରାଯାଇଥିଲା ।