
ନୂଆଦିଲ୍ଲୀ, ପୂର୍ବ ବର୍ଷ ପରି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଓଏମ୍ଏସ୍ଏସ୍ (ଘ) ୨୦୨୩ ଅଧୀନରେ ଖୋଲା ବଜାରରେ ଅତିରିକ୍ତ ପରିମାଣର ୨୦ ଏଲ୍ଏମ୍ଟି ଗହମକୁ ଅଟା ମିଲ୍ / ଘରୋଇ ବ୍ୟବସାୟୀ / ଅଧିକ ପରିମାଣରେ କ୍ରୟ କରୁଥିବା କ୍ରେତା / ଗହମ ଉତ୍ପାଦ ପ୍ରସ୍ତୁତ କରୁଥିବା ଉତ୍ପାଦନକାରୀଙ୍କୁ ଇ- ନିଲାମ ମାଧ୍ୟମରେ ଖାଲି କରିବା ପାଇଁ ବିକ୍ରି କରିପାରେ ବୋଲି ଭାରତ ସରକାର ନିଷ୍ପତି ନେଇଛନ୍ତି । ଏଣୁ, ଏ ପର୍ଯ୍ୟନ୍ତ ୫୦ ଏଲଏମ୍ଟି (୩୦ ୨୦ ଏଲ୍ଏମ୍ଟି) ଗହମ ଓଏମ୍ଏସ୍ଏସ୍ (ଘ) ୨୦୨୩ ଅଧୀନରେ ଖାଲି କରିବାକୁ ନିଷ୍ପତି ନିଆଯାଇଛି ।
ଆରକ୍ଷିତ ମୂଲ୍ୟ ହ୍ରାସ ସହିତ ୨୦ ଏଲ୍ଏମ୍ଟି ଗହମକୁ ଅତିରିକ୍ତ ଖାଲି କରାଯିବା ଗହମ ଏବଂ ଗହମ ଉତ୍ପାଦ ଗୁଡିକର ବଜାର ମୂଲ୍ୟ ହ୍ରାସ କରିବାରେ ସାମୂହିକ ଭାବରେ ଗ୍ରାହକମାନଙ୍କ ପାଇଁ ସାହାଯ୍ୟ କରିବ ।
ସଚିବ, ଡିଏଫପିଡି ୨୧.୦୩.୨୦୨୩ ରେ ଭାରତୀୟ ଖାଦ୍ୟ ନିଗମ ଏବଂ ଅଟା ମିଲର ସମୂହ / ସଂଗଠନ / ସଂଘ / ଅଟା, ସୁଜି ଉତ୍ପାଦ ପ୍ରସ୍ତୁତକାରୀଙ୍କ ପ୍ରତିନିଧି ମାନଙ୍କ ସହ ଏକ ଭିଡିଓ କନଫରେନ୍ସ ବୈଠକ କରି ଓଏମ୍ଏସ୍ଏସ୍ (ଘ) ୨୦୨୩ ଅଧୀନରେ ଚାଲିଥିବା ଦ୍ୱିତୀୟ ନିଲାମରେ ଷ୍ଟକ୍ ଉଠାଇବା ଉପରେ ସମୀକ୍ଷା କରିଥିଲେ । ଏହା ବ୍ୟତୀତ ଅଟା ମିଲଗୁଡିକ ଗହମର ବଜାର ମୂଲ୍ୟ ହ୍ରାସ ସହିତ ଅଟା ଏବଂ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବାକୁ ପରାମର୍ଶ ଦିଆ ଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ କମିଟିର ବୈଠକ ୨୫.୦୧.୨୦୨୩ରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ସମୀକ୍ଷା କରିବା ପାଇଁ ଅନୁଷ୍ଠିତ ହୋଇଥିଲା । କମିଟି ମୁକ୍ତ ବଜାର ବିକ୍ରୟ ଯୋଜନା (ଓଏମ୍ଏସ୍ଏସ୍) ମାଧ୍ୟମରେ ଏଫ୍ସିଆଇ ଗଚ୍ଛିତ ପରିମାଣରୁ ୩୦ ଏଲ୍ଏମ୍ଟି ଗହମ ନିଷ୍କାସନ କରିବା ପାଇଁ ନିଷ୍ପତି ନେଇଛନ୍ତି ।