-
ଅଭିଭାଷଣରେ ରାଜ୍ୟର ବିକାଶର ସୁନେଲି ଚିତ୍ର ଦେଖାଇଲେ ରାଜ୍ୟପାଳ
-
ରାଜ୍ୟର ସମସ୍ତ ଅଂଚଳର ବିକାଶ ଓ ସମସ୍ତ ବର୍ଗର ଲୋକ ମାନଙ୍କୁ ଶକ୍ତିଶାଳୀ କରିବାକୁ ସରକାର ଦୃଢ ପ୍ରତିଶ୍ରୁତିବଦ୍ଧ – ରାଜ୍ୟପାଳ
-
ନିରନ୍ତର ଗୁଣାତ୍ମକ ଭିତିଭୂମି ସୃଷ୍ଟି ଉପରେ ଅଧିକ ଗୁରୁତ୍ୱ
-
୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧ ହଜାର ମେଗାବାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶ ପାଇଁ ଲକ୍ଷ୍ୟ
ଭୁବନେଶ୍ୱର, ରାଜ୍ୟର ସମସ୍ତ ଅଂଚଳର ବିକାଶ ଓ ସମସ୍ତ ବର୍ଗର ଲୋକ ମାନଙ୍କୁ ଶକ୍ତିଶାଳୀ କରିବାକୁ ସରକାର ଦୃଢ ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଛନ୍ତି । ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରେ ନିଜର ଅଭିଭାଷଣରେ ରାଜ୍ୟପାଳ ଏହା କହିଛନ୍ତି ।
ସେ କହିଛନ୍ତି ଯେ ମୋ ସରକାର ରାଜ୍ୟରେ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଓଡିଶାକୁ ପୂର୍ବ ଭାରତର ଶିଳ୍ପ କ୍ଷେତ୍ରରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି । ମେକ ଇନ ଓଡିଶାର ତୃତୀୟ ସଂସ୍କରଣରେ ୧୦ ଲକ୍ଷ ଟଙ୍କାର ପୁଂଜି ନିବେଶରପ ପ୍ରତିଶ୍ରୁତି ମିଳିଥିବା ସହ ୧୦ ଲକ୍ଷରୁ ଉର୍ଧ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ।
ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଓଡିଶା ପର୍ଯ୍ୟଟନ ନୀତି ୨୦୨୨ ପ୍ରଣୟନ କରିଛନ୍ତିା ନୂତନ ନୀତିରେ ପର୍ଯ୍ୟଟନ ଶିଳ୍ପରେ ଘରୋଇ ନିବେଶକୁ ପ୍ରୋତ୍ସାହନ ଦିଆ ଯାଇଛି । ପର୍ଯ୍ୟଟନ ସ୍ଥଳ ମାନଙ୍କର ସାମଗ୍ରିକ ବିକାଶ ଲକ୍ଷ୍ୟରେ ସରକାର ୧୬ଟି ଅଗ୍ରାଧିକାର କ୍ଷେତ୍ରର ସମନ୍ୱିତ ମାଷ୍ଟର ପ୍ଲାନିଂକୁ ହାତକୁ ନେଇଛନ୍ତି । ଏହା ସହ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଲୋକ ଲୋଚନକୁ ଆସି ପାରି ନ ଥିବା ୬୯ଟି ପର୍ଯ୍ୟଟନ ସ୍ଥଳକୁ ଚିହ୍ନଟ କରା ଯାଇ ସେଗୁଡିକର ବିକାଶ ସହ ମୌଳିକ ସୁବିଧା ସୃଷ୍ଟି କରାଯାଉଛି ।
ସେ କହିଛନ୍ତି ଯେ ରାଜ୍ୟ ସରକାର ନିରନ୍ତର ଗୁଣାତ୍ମକ ଭିତିଭୂମି ସୃଷ୍ଟି ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦର ୫ ପ୍ରତିଶତ ଆବଂଟନ କରିଛନ୍ତି ।
ସେ କହିଛନ୍ତି ଯେ ଓଡିଶା ବନ୍ଦର ନୀତି ୨୦୨୨ ପ୍ରଣୟନ କରି ଘରୋଇ ପୁଂଜି ନିବେଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ବର୍ତମାନ ଧାମରା ଓ ଗୋପାଳପୁର ଠାରେ ଦୁଇଟି ଅଣ ପ୍ରମୁଖ ବନ୍ଦର ଚାଲୁ ଥିବା ବେଳେ ଗତ ପାଂଚ ବର୍ଷରେ ଏହି ଦୁଇ ବନ୍ଦରରୁ ୭୪୨ କୋଟି ଟଙ୍କାର ରାଜସ୍ୱ ଆଦାୟ କରା ଯାଇଛି ।
ସେ କହିଛନ୍ତି ଯେ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧ ହଜାର ମେଗାବାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶ ପାଇଁ ଲକ୍ଷ୍ୟ ରଖା ଯାଇଛି । ଏଥି ପାଇଁ ଓଡିଶା ଅକ୍ଷୟ ଶକ୍ତି ନୀତି ୨୦୨୨ ତିଆରି କରା ଯାଇଛି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୫୪୨୧ ବୁଣାକାରଙ୍କୁ ଦଶ କୋଟି ଟଙ୍କାର ସାହାଯ୍ୟ ଦିଆ ଯାଇଛି ।
ସେ କହିଛନ୍ତି ଯେ କୃଷି କ୍ଷେତ୍ରରେ ରାଜ୍ୟ ଆଗକୁ ବଢୁଛି ଓ ୨୦୨୦-୨୧ରେ ରାଜ୍ୟର ଖାଦ୍ୟ ଶସ୍ୟ ଉତ୍ପାଦନ ୧୩୦.୩୯ ଲକ୍ଷ ମେଟ୍ରିକ ଟନ ପହଂଚିଛି । ଏହା ୨ର୍ୱର୍ଷରେ ଦ୍ୱିଗୁଣିତ ହୋଇଛି । ଅଣ୍ଡା େ କ୍ଷତ୍ରରେ ରାଜ୍ୟକୁ ଆତ୍ମ ନିର୍ଭର କରିବାକୁ ରାଜ୍ୟ ସରକାର ନୂତନ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ।
ସେ କହିଛନ୍ତି ଯେ ଭୂପୃଷ୍ଠ ଜଳ ସଂରକ୍ଷଣ ଓ ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରବହମାନ ଜଳ ଉତ୍ସରେ ୩୦ଟି ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଉପକୂଳବର୍ତୀ ଜିଲ୍ଲା ମାନଙ୍କରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃଢୀକରଣ ପାଇଁ ରାଜ୍ୟ ସରକାର ୭୬୩ କୋଟି ଟଙ୍କା ବ୍ୟୟରେ ୧୯୯ କିମି ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ ହାତକୁ ନେଇଛନ୍ତି ।
ସେ କହିଛନ୍ତି ଯେ ଅସୀମିତ ଆହ୍ୱାନ ସତ୍ୱେ ମୋ ସରକାର ୨୦୨୨ ମସିହାରେ ଏକ ଉଲ୍ଲେଖନୀୟ ଯାତ୍ରା ଅବ୍ୟାହତ ରଖିଛନ୍ତି । ଆମ ଆକାଂକ୍ଷିତ ଏକ ନୂତନ କର୍ମମୁଖର ଓଡିଶାର ନିର୍ମାଣ ଚାଲିଛି ବୋଲି ସେ କହିଛନ୍ତି ।