ଜଟଣୀ -ପୂର୍ବଭାରତର ବିଜ୍ଞାନ ଗବେଷଣାର ଅନନ୍ୟ ସଂସ୍ଥାନ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିÂାନ (ନାଇଜର) ଭୂବନେଶ୍ୱର,ଜଟଣୀ କ୍ୟାମ୍ପସ ଠାରେ ଅଷ୍ଟମ ‘ବିଟିଏନ୍ଟି-୨୦୧୯’ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଦୁଇଦିନ ବ୍ୟାପୀ ଏହି ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ୨୫୦ରୁ ଉର୍ଦ୍ଧ ଗବେଷକ ତଥା ବୈଜ୍ଞାନିକମାନେ ଯୋଗ ଦେଇଥିଲେ । ନାନୋ ୱାର୍ଲ୍ଡକୁ ଏକାଠି କରି ଏହି କ୍ଷେତ୍ରରେ କେମିତି ଅଧିକ ଗବେଷଣା ହୋଇପାରିବ ତଥା ଜନସାଧାରଣ କେମିତି ଏଥିରୁ ଅଧିକରୁ ଅଧିକ ଲାଭ ଉଠାଇ ପାରିବେ- ତାହା ଏହି ସମ୍ମିଳନୀର ମୂଳ ଉଦ୍ୟଶ୍ୟ ବୋଲି ଅତିଥୀମାନେ କହିଥିଲେ ।
ଏହି ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଥିଲେ ନାଇଜର ସଂସ୍ଥାନର ନିଦେ୍ର୍ଧଶକ ପ୍ରଫେସର ସୁଧାକର ପଣ୍ଡା । ଉଦଘାଟନୀ ଭାଷଣରେ ପ୍ରଫେସର ପଣ୍ଡା କହିଥିଲେ ଯେ ନାନୋ ବିଜ୍ଞାନରେ କାମ କରୁଥିବା ସମସ୍ତ ବୈଜ୍ଞାନିକମାନଙ୍କ ପାଇଁ ଏହା ଆହ୍ୱାନ ଯେ, କେଉଁ ଉପାୟରେ ସାଧାରଣ ଜନତା ତାର ଉପକାର ପାଇପାରିବ ଏବଂ ଭାରତ ଆନ୍ତର୍ଜାତୀୟ ସ୍ତରରେ ତାର ପରିଚୟ ସୃଷ୍ଟି କରିପାରିବ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଙ୍ଗାପୁରର ବୈଜ୍ଞାନିକ ପ୍ରଫେସର ୟାନ ରାଇଟ୍ କହିଲେ ଯେ ଏହି ସମ୍ମିଳନୀ ଏକ ସ୍ୱତନ୍ତ୍ର ସମ୍ମ୍ିଳନୀ କାରଣ ଏହା ପଦାର୍ଥ ବିଜ୍ଞାନୀ, ରସାୟନ ବିଜ୍ଞାନୀ ଏବଂ ଜୈବ ବିଜ୍ଞାନୀମାନଙ୍କୁ ଏକତ୍ର କରାଇ ଯାହା ମାନବ ସମାଜପାଇଁ ହିତକର ତାହା ଉଦ୍ଭାବନ କରାଇବାରେ ସହାୟକ ହେବ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭାରତୀୟ ଅକ୍ସଫୋଡ୍ ଇନ୍ଷ୍ଟ୍ରୁମେଂଟ୍ର ନିଦେ୍ର୍ଧଶକ ଶ୍ରୀ ମଙ୍ଗେସ କୁଲ୍କର୍ଣ୍ଣି କହିଲେ ଯେ, ଏହି ସମ୍ମିଳନୀ ନାନୋ ସାଇନସ୍ ଏବଂ ନାନୋ ଟେକ୍ନୋଲୋଜିର ବିଷୟକୁ ବେଶୀ ପ୍ରାଧାନ୍ୟ ଦେଉଛି କାରଣ ଏହାର ପ୍ରଭାବ ସମାଜ ଉପରେ ଅଧିକ ରହିଛି ।
ଏହି ସମ୍ମିଳନୀର ଆବାହକ ପଦାର୍ଥ ବିଜ୍ଞାନୀ ଡ. ଶୁଭଙ୍କର ବେଦାନ୍ତ ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀକୁ ଆୟୋଜନ କରୁଥିବାରୁ ସଂସ୍ଥାନ ପକ୍ଷରୁ କୁଳସଚିବ ଡ. ଅଭୟ କୁମାର ନାୟକ କହିଥିଲେ ଯେ ଏହି ସମ୍ମିଳନୀ ମାଧ୍ୟମରେ ନାଇଜରର ବୈଜ୍ଞାନିକ, ଛାତ୍ରଛାତ୍ରୀ, ଗବେଷକଙ୍କ ସଂଗେ ସଂଗେ ଓଡିଶାର ଅନ୍ୟ ସଂସ୍ଥାନର ଗବେଷକ ସାରା ପୃଥିବୀରେ ଚାଲିଥିବା ନାନୋ ଗବେଷଣା ବିଷୟରେ ଅବଗତ ହେବା ସଂଗେ ସଂଗେ ସେଥିରେ ଭାଗନେଇ ରାଜ୍ୟ ତଥା ଦେଶର ଗୌରବ ବଢାଇବେ । ଶେଷରେ ବିଜ୍ଞାନ ଅଧିକାରୀ ଡ. ସୁଦକ୍ଷୀଣା ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ ।