
ନୂଆଦିଲ୍ଲୀ,ପୂର୍ବତନ ରାଜ୍ୟପାଳ ଓମ୍ ପ୍ରକାଶ କୋହଲିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଟ୍ଵିଟ୍ ରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଓମ୍ ପ୍ରକାଶ କୋହଲିଙ୍କ ବିୟୋଗରେ ମୁଁ ଦୁଃଖିତ । ସେ ଦିଲ୍ଲୀରେ ଆମ ପାର୍ଟିକୁ ମଜବୁତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସାଂସଦ ଏବଂ ରାଜ୍ୟପାଳ ଭାବେ ସେ ଜନକଲ୍ୟାଣକାରୀ ପ୍ରସଙ୍ଗ ଗୁଡିକ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ଶିକ୍ଷାକ୍ଷେତ୍ର ପ୍ରତି ମଧ୍ୟ ସେ ଦୃଷ୍ଟି ଦେଉଥିଲେ । ଏଥିସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।