
ନୂଆଦିଲ୍ଲୀ, ୮ ରାଜ୍ୟର ୭୦ରୁ ଅଧିକ ସ୍ଥାନରେ ଆଜି ଚଢ଼ଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡୀଗଡ଼, ଉତର ପ୍ରଦେଶ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଏହି ଚଢ଼ଉ ହୋଇଛି ।
ଗ୍ୟାଙ୍ଗଷ୍ଟର ଏବଂ ସେମାନଙ୍କର ଅପରାଧିକ ସିଣ୍ଡିକେଟ ବିରୋଧରେ ଦାୟର୍ ହୋଇଥିବା ଏକ ମାମଲାକୁ ନେଇ ଏହି ଚଢ଼ଉ କରିଛି ଏନଆଇଏ । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।