ଚମ୍ପୁଆ, ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଶେଖରପୁର (ଜାମୁଣ୍ଡି) ଗ୍ରାମ ଚନ୍ଦ୍ରଶେଖର ମହାଦେବ ମନ୍ଦିର ପରିସରେ ଦୁଇ ଦିନିଆ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜସେବୀ ସଂଗଠକ ଦିବାକର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଚମ୍ପୁଆ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରମଣୀ ନାୟକ, ମା ତାରିଣୀ ଚିକିତ୍ସାଳୟର ନିର୍ଦେଶକ ସମାଜସେବୀ ଗଣେଶ୍ଵର ମହାନ୍ତ, ଶିକ୍ଷାବିତ୍ ତଥା କବୟିତ୍ରୀ ଶ୍ରୀମତୀ ଅବନ୍ତୀ ମହାନ୍ତ ପ୍ରମୁଖ ଅତିଥି ବକ୍ତା ଭାବେ ଯୋଗଦେଇ ସମାଜରେ ଆଧ୍ୟାତ୍ମିକତାର ବାତାବରଣ ନ ରହିଲେ ଜୀବନରେ ଶାନ୍ତି ଆସିବ ନାହିଁ ଓ ସେଥିପାଇଁ ଭାବର ଅନ୍ତରଙ୍ଗ ସମ୍ପର୍କ ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ପ୍ର୍ରଥମେ ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ଶିବ ଠାକୁର ଓ ରାଧାକୃଷ୍ଣଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ଧୂପ, ପ୍ରଦୀପ ପ୍ରଜ୍ବଳନ ଓ କବି, ପ୍ରବଚକ ଭାବଗ୍ରାହୀ ମହାନ୍ତଙ୍କ ମନ୍ତ୍ରୋଚାରଣରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।
ଏହି ଅବସରରେ ଅତିଥି ମାନଙ୍କ ସମେତ ଗ୍ରାମ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ମନ୍ଦିର କମିଟି ସମ୍ପାଦକ କୈଳାଶ ଚନ୍ଦ୍ର ନାଏକ, ଭରତ ଚନ୍ଦ୍ର ମହାନ୍ତ, ସମାଜସେବୀ କୈଳାଶ ଚନ୍ଦ୍ର ତନ୍ତୀ, ଲଳିତା ମହାନ୍ତ, ମାଧୁରୀବାଳା ମହାନ୍ତ, ରଶ୍ମିତା ମହାନ୍ତ, ମୋହନ ନାୟକ, କୃଷ୍ଣ ଚନ୍ଦ୍ର ଗଡ଼ସରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବିଶିଷ୍ଟ ପ୍ରବଚକ ନୃସିଂହ ଚରଣ ମହାନ୍ତି ପ୍ରବଚନ ମାଧ୍ୟମରେ ମା ର ଭୂମିକା, ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ମାନ ଦେଇ ଯୁବସମାଜ ନିଶାଠାରୁ ଦୁରେଇ ରହି ଗ୍ରାମାଞ୍ଚଳ ତଥା ଦେଶର ବିକାଶ, ସମ୍ମାନ ବୃଦ୍ଧି କରିବା ବିଷୟରେ ଉପସ୍ଥାପିତ କରିଥିଲେ।
ସେହିପରି କବି, ପ୍ରବଚକ ଭାବଗ୍ରାହୀ ମହାନ୍ତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆର ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗଦେଇ ଶ୍ରଦ୍ଧାଳୁ ଭକ୍ତ ପୁରୁଷ, ମହିଳା ମାନଙ୍କୁ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ଉଦବୋଧନ ଦେଇଥିଲେ। ଏହା ପରେ କୁନି ପ୍ରବଚକ, ବିସ୍ମୟ ବାଳକ ଶ୍ରୀମାନ କେଶବ ଦାସ ଦ୍ଵିତୀକୃଷ୍ଣ ମହାଦେବ ଶିବଙ୍କ ଉପରେ ବକ୍ତବ୍ୟ ରଖି ଆବାଳ ବୃଦ୍ଧ ବନିତାଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲେ। ଏହି ପ୍ରବଚନ କାର୍ଯ୍ୟକ୍ରମ ଶୁଣିବା ଓ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଏହି କାର୍ଯ୍ୟକ୍ରମ ସ୍ଥାନୀୟ ମୋହନ ଚରଣ ନାୟକ, କୈଳାଶ ନାୟକ, ଚତୁର୍ଭୁଜ ମହାନ୍ତ, କାହ୍ନୁ ଚରଣ ମହାନ୍ତ, ଚନ୍ଦ୍ରମୋହନ ତିରିଆ, କ୍ଷେତ୍ରବାସୀ ମହାନ୍ତ, ରଶ୍ମିତା, ଲଳିତାଙ୍କ ସମେତ ସ୍ଵୟଂ ସାହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।