ପୁରୀ,ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ମାରୁତି ନଗର ଠାରେ ପ୍ରଫେସର ଡକ୍ଟର ମହେଶ୍ଵର ଦାଶଙ୍କ ସଭାପତିତ୍ବରେ ଆନ୍ତର୍ଜାତିକ ମାତୃଭାଷା ଦିବସ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପଲ୍ଲୀପ୍ରାଣ ଆର୍ତ୍ତତ୍ରାଣ ମାନସିଂହ ଯୋଗ ଦେଇ ମାତୃଭାଷାର ମହତ୍ଵ ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ଯୋଗ ଦେଇ ଶିଶୁ ଵାଳିକାମାନଙ୍କୁ ମାଆ ଓ ମାତୃଭାଷା ପ୍ରତି କୃତଜ୍ଞ ରହିଲେ ଶିଶୁ ଭବିଷ୍ୟତ ସୁନାଗରିକ ଭାବେ ସମାଜକୁ ଦିଗ୍ ଦର୍ଶନ ଦେଇପାରିବ ବୋଲି ଆଲୋକପାତ କରିଥିଲେ। ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିବା ସହିତ ଅନୁଷ୍ଠାନର ଆଚାର୍ଯ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ସୈାଦାମିନୀ ପ୍ରଧାନ ସମେତ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ପରିଚାଳନା କରିଥିଲେ। ଶିଶୁମାନଙ୍କ ଦ୍ବାରା କବି ଓ ଲେଖକମାନଙ୍କର ବେଶ ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମାନସିଂହ ପୁରସ୍କାର ପ୍ରଦାନ କରିଥିଲେ।
Related Stories
November 23, 2024
November 23, 2024
November 23, 2024