
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ରାଜ୍ୟ ଅଣ ଗେଜେଟେଡ଼ ପ୍ରାଣୀ ଚିକିତ୍ସା ଏବଂ ବୈଷୟିକ କର୍ମଚାରୀ ସଂଘ ତରଫରୁ ପୁରୀ ରେଲୱେ ଷ୍ଟେସନ ସ୍ଥିତ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ବିଭାଗୀୟ ଅଧିକାରୀଙ୍କୁ ପଞ୍ଚ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା |ପ୍ରମୁଖ ଦାବୀ ଗୁଡିକ ଦରମାରେ ଥିବା ଅସଙ୍ଗତି ଦୂରୀକରଣ, କ୍ୟାଡର ପୁନର୍ଗଠନ, ନିଯୁକ୍ତି ନିୟମ ସଂଶୋଧନ, ଦୁଇ ବର୍ଷୀୟା ଡିପ୍ଲୋମା ଓ ଏହାର ନାମକରଣ, କାର୍ଯ୍ୟ ଶରଣୀ ରେ ସଂଶୋଧନ ଆଦି ମୁଖ୍ୟ କାରଣ ଉଲ୍ଲେଖ କରାଯାଇଥିଲା |ଏହି କାର୍ଯ୍ୟକ୍ରମର ନେତୃତ୍ୱ ସଙ୍ଘର ସଭାପତି ଲଳିତେନ୍ଦୁ ଦଳାଇ, ସମ୍ପାଦକ ଅଜୟ କୁମାର ପୃଷ୍ଟି ନେତୃତ୍ୱ ନେଇଥିଲେ |