କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଓଡିଶା ରାଜ୍ୟ ଭତ୍ତା ମହାସଂଘ ତରଫରୁ 314 ବ୍ଲକର ମଧୁବାବୁ ପେନସନ ଭତ୍ତା ଯୋଜନା ହିତାଧିକାରୀ ସାମୁହିକ ଭାବେ ସମସ୍ତ ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଥିଲା |ମହାସଂଘ ର ସଂଯୋଜକ ମାନସ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ମହାସଂଘର ପ୍ରତିନିଧି ମଣ୍ଡଳୀ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ |ଏହି ସ୍ମାରକୀରେ ଉଲ୍ଲେଖ ରହିଛି ପ୍ରତି ମାସର ଭତ୍ତା ଟଙ୍କା ଦ୍ଵିତୀୟ ସପ୍ତାହ ସୁଦ୍ଧା ପ୍ରଦାନ କରାଯାଉ |ବର୍ତ୍ତମାନ ୩ ମାସରେ ଥରେ ଭତ୍ତା ପ୍ରଦାନ କରାଯିବାରୁ ହିତାଧିକାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଯଦି ସରକାର କର୍ଣ୍ଣପାତ ନ କରନ୍ତି ତେବେ ରାଜ୍ୟରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି |
Related Stories
November 22, 2024